ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

248
Image used for representational purpose only
ADVERTISEMENT

ହିଞ୍ଜିଳିକାଟୁ, ୧୪ା୨(ଶେଷଦେବ ସାହୁ): ହିଂଜିଳି ଥାନା ଶାସନଆମ୍ବଗାଁ ସାପୁଆ ପୋଖରୀରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କ ମୃତଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତକ ଜଣକ ହିଂଜିଳି ଥାନା ଦୟାପଲ୍ଲୀ ଗ୍ରାମର ମୋଚିରାମ ଦାସ (୬୨) । ଖବର ପାଇ ହିଂଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିଛି । ଏ ନେଇ ହିଂଜିଳି ଥାନା ନଂ- ୪/୨୦ରେ ଏକ ଅପମୃତ ମାମଲା ରୁଜୁ କରିଛି ଶନିବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଯେ, ଗତ ବୁଧବାର ଦିନ ସ୍ଥାନୀୟ ଥାନା ଶାସନଆମ୍ବଗାଁର ଉଦୟ ଦାସଙ୍କ ଏକ ସଡ଼କ ଦୂର୍ଘଟଣାରେ ମୃତ୍ୟୁ ଘଟିଥିଲା । ଶଳା ଉଦୟଙ୍କ ମୃତ୍ୟୁ ଖବର ପାଇ ମୋଚିରାମ ଶଶୁର ଘର ଗ୍ରାମକୁ ଗୁରୁବାର ସକାଳେ ଆସିଥିଲେ । ଗୁରୁବାର ଅପରାହ୍ନରୁ ମୋଚିରାମ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବୃଦ୍ଧଙ୍କ ପତା ମିଳିନଥିଲା । ଶୁକ୍ରବାର ସନ୍ଧ୍ୟାରେ ଗ୍ରାମ ପୋଖରୀରେ ବୃଦ୍ଧଙ୍କ ଶବ ଭାସୁଥିବାର ଦେଖି ଗ୍ରାମର କିଛି ବ୍ୟକ୍ତି ପରିବାରଙ୍କୁ ଖବର ଦେଇଥିଲେ । ଅନ୍ୟ ପକ୍ଷରେ ମଦ ପିଇବାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ବୃଦ୍ଧଙ୍କ ସହ ଗ୍ରାମର କିଛି ବ୍ୟକ୍ତିଙ୍କ ଗଣ୍ଡଗୋଳ ହୋଇଥିବା ଶୁଣିବାକୁ ମିଳୁଛି । କେହି ହିଂସା ପରାୟଣ ହୋଇ ହତ୍ୟା କରିବା ପରେ ଫୋଖରୀ ମଧ୍ୟକୁ ଠେଲି ଦେଇଥିବା ସନେ୍ଦହ କରାଯାଉଛି ।

Advertisement