Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ପୁଜନ ଦିବସ ପାଳିତ

ପାରଳାଖେମୁଣ୍ଡିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ପୁଜନ ଦିବସ ପାଳିତ

297
ADVERTISEMENT

ପାରଳାଖେମୁଣ୍ଡି, ୧୪/୨(ପ୍ରଭାତ କୁମାର ପାତ୍ର) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ପିତୃ ପୁଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ନିଜ ନିଜ ପିତା ମାତା ମାନଙ୍କୁ ଏକ ଆବେଗମୟ ପରିବେଶରେ ପୂଜନ କରିଥିଲେ। ମହନ୍ତ ରାମାନନ୍ଦ ଦାଶ ଅତିଥି ଭାବରେ ଯୋଗଦେଇ ଆଜିର ଅବକ୍ଷୟମୁଖୀ ସମାଜରେ ପିତା ମାତାଙ୍କ ପ୍ରତି ସନ୍ତାନ ମାନଙ୍କ ଭକ୍ତି ଓ କର୍ତ୍ତବ୍ୟର ଆବଶ୍ୟକତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଦିନ ପୁଲବାମା ଘଟଣାର ବର୍ଷ ପୂର୍ତ୍ତି ଉପଲକ୍ଷେ ଶହୀଦ ଜୱାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା। କାର୍ଯ୍ୟକ୍ରମରେ ଶତାଧିକ ପିତା ମାତା ଯୋଗ ଦେଇ ବର୍ତ୍ତମାନ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିବା ସହ ଶିଶୁ ମନ୍ଦିରର ଏଭଳି ପ୍ରଚେଷ୍ଟାକୁ ସାଧୁବାଦ ଦେଇଥିଲେ। ସ୍ୱେଚ୍ଛାସେବୀ ରାମଚନ୍ଦ୍ର ପଣ୍ଡା ଓ ରାମକୃଷ୍ଣ ଭାଇ ଓ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।

Advertisement