Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜମି ହଡପ ଅଭିଯୋଗରେ ଆଇନଜିବୀ ଗିରଫ

ଜମି ହଡପ ଅଭିଯୋଗରେ ଆଇନଜିବୀ ଗିରଫ

413
ADVERTISEMENT

କୁକୁଡାଖଣ୍ଡି, ୧୪/୨(ଇ.ରଞ୍ଜନ): ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଠାରୁ ଅଳ୍ପ ଜମି ବିକ୍ରୟ ପାଇଁ ପାଓ୍ବାର ଅଫ୍ଆଟର୍ଣ୍ଣ ନେଇ ଅତ୍ୟଧିକ ଜମି ବିକ୍ରିକରିଥିବା ଅଭିଯୋଗରେ ସଦରଥାନା ପୋଲିସ ବ୍ରହ୍ମପୁର ମିଲିଟାରୀ ଲାଇନର ଜଣେ ଆଇନଜିବୀ ବି.ଶ୍ରୀନିବାସ(୪୬)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ରହ୍ମପୁର ଅଞ୍ଚଳର ଡି.ଭି.ଗୋପାଳକ୍ରିଷ୍ନାଙ୍କ ବାପା ଡି.ଭି.ସତ୍ୟନାରାୟଣ ମୂତ୍ତୀନଙ୍କ ନାମରେ କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ନିମଖଣ୍ଡି ମୌଜାରେ ୬.୧୪୦ ଡେସିମିଲ ଜମି ରହିଛି । ଗୋପାଳକ୍ରିଷ୍ନା ବାହାରେ ରହୁଥିବା ବେଳେ ନିଜ ଜମି ବିକ୍ରୟ କରିବାକୁ ଚାହିଁଥିଲେ। ସେ ୨୦୦୪ ଓ ୨୦୦୬ ମସିହାରେ ନିଜ ଜମିରୁ ୧.୬୦୦ ଡେସିମିଲ ଜମି ବିକ୍ରୟ ପାଇଁ ବି.ଶ୍ରୀନିବାସକୁଂ ଦୁଇଟି ପାଓ୍ବାର ଅଫ ବଟନି ଦେଇଥିଲେ କିନ୍ତୁ ଶ୍ରୀନିବାସ ଏହାର ଅପବ୍ୟବହାର କରି ଥିବା ସମସ୍ତ ୬.୧୪୦ ଡେସିମିଲ ଜମିକୁ ଲୋକକୁଂ ବିକ୍ରୟ କରିଦେଇଥିଲେ । ନିଜ ଜମିହଡପ ନେଇ ଗୋପାଳକ୍ରିଷ୍ନା ଅବଗତ ହେବାପରେ ୨୦୧୯ ଜୁଲାଇ ୨୩ ତାରିଖରେ ସଦରଥାନାରେ ଏକ ଅଭିଯୋଗ କରିଥିଲେ । ସଦରଥାନା ପୋଲିସ ୧୮୦/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଜମି ବିକ୍ରୟ ,ଟକାଂ ନେଣଦେଣର ସମସ୍ତ କାଗଜପତ୍ର ଶ୍ରୀନିବାସଙ୍କ ନାମରେ ରହିଥିବାରୁ ତାକଂର ସଂପୃକ୍ତି ଅଭିଯେଗରେ ସଦର ପୋଲିସ ଶୁକ୍ରବାର ଶ୍ରୀନିବାସକୁ ପଚରାଉଚୁରା କରି କୋର୍ଟ ଚାଲାଣ କରିଛି ଏବଂ ଘଟଣାରେ ଅନ୍ୟବ୍ୟକ୍ତିକଂ ସଂପୃକ୍ତି ନେଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ସୂଚନା ପ୍ରକାରେ ନିମଖଣ୍ଡି ମୌଜାରେ ଅନେକବ୍ୟକ୍ତିଙ୍କ ଜମିହଡପ ନେଇ ମଧ୍ୟ ପୂବରୁ ଅଭିଯୋଗ ହୋଇଥିଲା।

Advertisement