କୁକୁଡାଖଣ୍ଡି, ୧୪/୨(ଇ.ରଞ୍ଜନ) : ମଗଂଳବାର ସଦରଥାନା ଅନ୍ତର୍ଗତ ପ୍ରତାପକୃଷ୍ନଚନ୍ଦ୍ରପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ନିମଖଣ୍ଡି ଗ୍ରାମର କିଛି ବ୍ୟକ୍ତି ଆସି ଯାତ୍ରା ଦେଖୁଥିଲେ । ପରେ ନିଶାଶକ୍ତ ଅବସ୍ତାରେ ଗ୍ରାମବାସୀଙ୍କ ସହ ଝଗଡା ହୋଇଥିଲା। ପରେ ଭଦ୍ରବ୍ୟକ୍ତିକଂ ଉପସ୍ଥିତିରେ ଝଗଡାର ସମାଧାନ ହୋଇଥିଲା। ବୁଧବାର ପୁଣି ପ୍ରତାପକୃଷ୍ନଚନ୍ଦ୍ରପୁର ଗ୍ରାମର ଦୁଇଜଣ ବ୍ୟକ୍ତି ଦୈନିକ କାର୍ଯ୍ୟସାରି ନିମଖଣ୍ଡି ଦେଇ ଗ୍ରାମକୁ ଫେରୁଥିବା ବେଳେ ନିମଖଣ୍ଡି ନୂଆସାହିର ମୁନା ନାୟକ,ମହାନ୍ତି ସାହିର ଅନିଲ କୁମାର ରାଓ ସେମାନକୁଂ ଅଟକାଇ ମାଡ ମାରିଥିଲେ । ଏନେଇ ସଦରଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତକରି ୪୦/୨୦ରେ ମାମଲା ରୁଜୁକରି ମୁନା ନାୟକ,ଅନିଲ କୁମାର ରାଓକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।

















