ବାଲିଗୁଡ଼ା, ୧୪/୨(ଟିକି ଦଣ୍ଡିଆ) : କନ୍ଧମାଳ ବାଲିଗୁଡ଼ା ଠାରେ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ତରଫରୁ ଗାଡ଼ି କାଗଜ ପତ୍ର ଯାଞ୍ଚ ବେଳେ ଧରା ପଡ଼ିଛନ୍ତି ଏକ ଚୋର ବହୁଦିନ ପୂର୍ବରୁ ଆଚାର୍ଯ୍ୟ କଲୋନୀରେ କୁଶ ଦିଗାଲ ମୋଟର ସାଇକଲ ରଖି ବଜାରକୁ ଯାଇଥିଲେ ସେଠାରୁ ଜୟା ନନ୍ଦ ମଳିକ ଗାଡ଼ି ଚୋରି କରି ନେଇଥିଲେ କୁଶ ଦିଗାଲ ଥାନାରେ କେଶ ନମ୍ବର 134/19 ମାମଲା ରୁଜୁ ହୋଇଥିଲା । ଆଜି ଆସାମୀକୁ କୋର୍ଟ ଚାଲାଣ କରିଥିବା ସହ କୁଶ ଦିଗାଲଙ୍କୁ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ମୋଟର ସାଇକଲ ହସ୍ତାନ୍ତର କରିଥିଲେ ।

















