Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସ୍ତ୍ରୀକୁ ନିର୍ଯ୍ୟାତନା : ସ୍ବାମୀ,ଶ୍ବଶୁର ଗିରଫ

ସ୍ତ୍ରୀକୁ ନିର୍ଯ୍ୟାତନା : ସ୍ବାମୀ,ଶ୍ବଶୁର ଗିରଫ

332
ADVERTISEMENT

କୁକୁଡାଖଣ୍ଡି, ୧୪/୨(ଇ.ରଞ୍ଜନ) :ସଦରଥାନା ଅନ୍ତଗତ ନଳିହାଡ ଗ୍ରାମରେ ଜଣେ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ପୋଲିସ ଶ୍ବଶୁର ସହ ସ୍ବାମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ଅଞ୍ଚଳର ଜଣେ ମହିଳା ନଳିହାଡ ଗ୍ରାମର ସହଦେବ ବିଷୋୟୀଙ୍କ ପୁଅ ନିଳାଞ୍ଚଳ ବିଷୋୟୀଙ୍କୁ ୩ବର୍ଷ ତଳେ ବିବାହ କରିଥିଲେ। ଗତ ୧୫ ଦିନହେଲା ସ୍ବାମୀ ,ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିଥିଲା । ସ୍ତ୍ରୀକୁ ଅତ୍ୟଧିକ ନିର୍ଯ୍ୟାତନା ଦେଉଥିବା ନେଇ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ କରି ୪୧/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଉଭୟ ସ୍ବାମୀ ଓ ଶ୍ବଶୁରକୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି ।

Advertisement