Thursday, September 24, 2026
ADVERTISEMENT
Home ଆଞ୍ଚଳିକ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁଲୱାମା ଆତଙ୍କବାଦୀ ଆକ୍ରମଣର ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି

239
ADVERTISEMENT

ପାରଳାଖେମୁଣ୍ଡି, ୧୪/୨(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତ ବିଦ୍ୟାଥୀ ପକ୍ଷରୁ ପୁଲୱାସମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ବୀର ଶହୀଦ ଯବାନକୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଧେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରୁ ଏକ ବିରାଟ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଏହି ତ୍ରିରଙ୍ଗା ପତାକା ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ସାମିଲ ରହି ତ୍ରିରଙ୍ଗା ପତାକା ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ବିଦ୍ୟାଥୀ ପ୍ରସାଦ ପକ୍ଷରୁ ଜିଲ୍ଲା ସଂଯୋଜକ ଦେବାଶୀଷ ଦାସ ଓ ନଗର ସମ୍ପାଦକ ସତ୍ୟନାରାୟଣ କାର୍ଯ୍ୟି କହିଛନ୍ତି ଯେ ଗତବର୍ଷ ଫେବୃଆରୀ ମାସ ୧୪ ତାରିଖ ଦିନ ପୁଲୱାମାରେ ଯେଉଁ ଆତଙ୍କବାଦୀ ଆକ୍ରମଣରେ ଭାରତର ୪୪ ଜଣ ଯବାନଙ୍କୁ ହତ୍ୟା କରାଯାଇଥିଲା । ସେହି ବୀର ଶହୀଦ ଯବାନ ମାନଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି। ବର୍ତ୍ତମାନ ମଧ୍ୟ ଆମର ଯେଉଁ ବୀର ଯବାନ ମାନେ ଦେଶର ସୀମାନ୍ତରେ ରହି ଆମର ଦେଶର ସୁରକ୍ଷା ଦାୟିତ୍ୱ ନେଉଛନ୍ତି ସେମାନଙ୍କୁ ଅସିମ ସାହାସ ଦେବା ସହ ସେମାନଙ୍କୁ ଉତ୍ସାହିତ ଓ ସମ୍ମାନ ଜଣାଇ ସହ ସେମାନଙ୍କ ପଛରେ ଦେଶବାସୀ ରହିଛିନ୍ତି ଉଦ୍ଧେଶ୍ୟ ନେଇ ଆଜିର ଏହି ତ୍ରିରଙ୍ଗା ପତାକା ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏହି ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ପ୍ରତୀଶ କୁମାର ସାମଲ ଓ ଅନ୍ୟାନ୍ୟ କାର୍ଯ୍ୟକତା ପ୍ରମୁଖ ଯୋଗ ଦେଇଥିଲେ।

Advertisement