Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମେଣ୍ଡରାଜପୁର ବସ୍ ଟ୍ରାଜେଡି: ଅମର ଆତ୍ମାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ମେଣ୍ଡରାଜପୁର ବସ୍ ଟ୍ରାଜେଡି: ଅମର ଆତ୍ମାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

350
ADVERTISEMENT


ବ୍ରହ୍ମପୁର,୧୪/୨(ହିମାଂଶୁ ପାଢୀ): ଗଞ୍ଜାମ ଜିଲ୍ଲା ରେଙ୍ଗେଲୁଣ୍ଡା ବ୍ଲକ ଅନ୍ତର୍ଗତ ମେଣ୍ଡରାଜପୁର ଠାରେ ଯାତ୍ରୀ ବାହୀ ବସ ବିଦ୍ୟୁତ୍ ସଂଷ୍ପର୍ଶରେ ଆସି 10 ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ 20 ଅଧିକା ଲୋକ ଆହାତ ହୋଇଥିଲେ  । ଏହି ଦୁର୍ଘଟଣାରେ ନିଜ ଆତ୍ମିୟଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ । ଏଭଳି ଏକ ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଛି । ଆଜି ବିଭିନ୍ନ ରାଜନୈନିତ ଦଳ ,ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାମ୍ୱାଦିକ ଓ ଯୁବ ବର୍ଗଙ୍କ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା , ମୃତଙ୍କ ଅମର ଆତ୍ମର ସଦଗତି ଓ ଆହାତଙ୍କୁ ଆଶୁ ଆରୋଗ୍ୟ କାମନା କରି  ସହରର ଗାନ୍ଧୀନଗର ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦ୍ୱିପ ପ୍ରଦାନ ଓ ନୀରବ ପ୍ରାର୍ଥନା କରାଯାଇଛି । ସାମ୍ବାଦିକ ଶିବରାମ ଚୌଧୂରୀ ଶ୍ରଦ୍ଧାଞ୍ଜଳି ସଭାର ଆରମ୍ଭ କରି, ଦୁର୍ଘଟଣା ସମ୍ପର୍କରେ ନିଜର ଅନୁଭୂତି ଜଣାଇଥିଲେ  । ଯୁବ ବିଜେଡିର ଆର. ମୁରଲୀ ମୋହନ ଓ ମୁକୁନ୍ଦ ଗୌଡ଼ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ତାଙ୍କରି ଦ୍ୱାଦଶ କାର୍ଯ୍ୟରେ ଯୋଗ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ  । ଚିକିଟି ନିର୍ବାଚନ ମଣ୍ଡଳି ଏକସିଙ୍ଗି ଗ୍ରାମର ସରପଞ୍ଚ, ଡଙ୍କଲପାଡୁ ଗାଁର ସିଏଚ୍. ସୁଧାକର ରେଡ୍ଡୀ ସମସ୍ତ ମୃତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆହାତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ  । କଟକ ଏସସିବି ମେଡିକାଲରେ ୭ଜଣ ଆହାତ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ବର୍ତ୍ତମାନ ମଧ୍ୟ ସଙ୍କଟାପନ୍ନ ରହିଛି  । ବି. ସାରଦାଙ୍କ ଗୋଡ଼ କାଟିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ବି. ମହାଲକ୍ଷ୍ମୀ କୋମାରେର ଅଛନ୍ତି  । ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି  । ବରିଷ୍ଠ ସାମ୍ୱାଦିକ ଶିଶିର ପାଣିଗ୍ରାହୀ ଏହି ଅବସରରେ ପ୍ରତ୍ୟେକ ମୃତକଙ୍କୁ 10 ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରିବା ସହ ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ  । ଏଥିରେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୂଖୀ ସଂଘର ସଭାପତି ଯୋଗ ଦେଇ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ବ୍ରହ୍ମପୁର ବଡ଼ ମେଡିକାଲରେ ତୁରନ୍ତ ବର୍ନ ୟୁନିଟ୍ ଖୋଲିବାକୁ ଦାବି କରିଥିଲେ  । ଶେଷରେ ସାମ୍ୱାଦିକ ସୁଦିପ୍ ସାହୁ ଏଭଳି ଦୁର୍ଘଟଣା ଯେଭଳି ନ ଦୋହରାଉ ସେଥିପାଇଁ ସମସ୍ତେ ଯନ୍ନବାନ ହେବା ଆବଶ୍ୟକ ବୋଲି ମତ ପୋଷଣ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ  । ଏଥିରେ ଆର ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ସିମାଞ୍ଚଳ ସାହୁ, ସୂର୍ଯ୍ୟକାନ୍ତ ସୁବୁଦ୍ଧି,ବିଜୟ ଭାସ୍କର ସିଂ ସାମନ୍ତ, ରାମ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ବିକାଶ ପାଣିଗ୍ରାହୀ, କିରଣ କୁମାର ସାହୁ, କମଲ ପାତ୍ର, ମଧୁସୂଦନ ସାହୁ, ପିଣ୍ଟୁ ସାହୁ, ପ୍ରସନ୍ନ ସ୍ୱାଇଁ, ଆଲୋକ ଶତପଥୀ, ଭଗବାନ ଭୂୟାଁ, ରାଜୁ ବେହେରା, ଅରୁଣ ଗୌଡ଼, ଆର. କ୍ରିଷ୍ଣା ରେଡ୍ଡୀ ଓ ସାମ୍ୱାଦିକଙ୍କ ମଧ୍ୟରେ ଶିଶିର ପାଣିଗ୍ରାହୀ, ସୁଦିପ୍ ସାହୁ, ଲକ୍ଷ୍ମୀ ବେଜ୍ , ଶିବ ଦଳେଇ, ମାନସ ବିଷୋୟୀ, ଶିବରାମ ଚୌଧୂରୀ, ଆଲୋକ ସାହୁ, ପିତାମ୍ୱର ନାହାକ, ବିଶ୍ୱନାଥ ମାରଣା, ଡି. ଗୋପାଳ କୃଷ୍ଣ ରେଡ୍ଡୀ, ସଞ୍ଜୟ ପଣ୍ଡା, ମନୋଜ ପଣ୍ଡା, ସଚିନ ବେହେରା, ଦିନେଶ ପଟ୍ଟନାୟକ, ଅଭିଜିତ୍ କର, ଲିକୁ ଡାକୁଆ, ସୁଦାମ ବେହେରା, ସ୍ୱାଧୀନ ସାହୁ ଓ କୁନାଲ ରଣା ପ୍ରମୁଖ ଉପସ୍ଥିତ ଥିଲେ  ।  

Advertisement