Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଟ୍ରାଫିକ ସମସ୍ୟା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଲିଗୁଡ଼ା ଜନସାଧାରଣ

ଟ୍ରାଫିକ ସମସ୍ୟା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାଲିଗୁଡ଼ା ଜନସାଧାରଣ

704
ADVERTISEMENT

କନ୍ଧମାଳ,୧୪/୨(ଟିକି ଦଣ୍ଡିଆ): କନ୍ଧମାଳ ବାଲିଗୁଡ଼ା ଏନଏସିରେ ଦିନକୁ ଦିନକୁ ଜନସଂଖ୍ୟା ବୃଦ୍ଧି ପାଉଛି । ରାସ୍ତାର ଉଭୟ ପାର୍ଶ୍ଵରେ ନାଳ ଉପରେ ଦୋକାନ କରାଯିବା ଫଳରେ ଲୋକଙ୍କ ଯାନବାହାନ ରଖିବା ଫଳରେ ଦୁର୍ଘଟଣା ହେବା ସହ ନାନାପ୍ରକାର ସମସ୍ୟା ଉପୁଜୁଛି । ଏହା ସହ ଆମିଷ ବିକ୍ରି ପାଇଁ ସ୍ୱତନ୍ତ୍ର ଜାଗା ଦିଆଯିବା ସତ୍ୱେ ସେମାନେ ମଧ୍ୟ ରାସ୍ତା ଉପରେ ବିକ୍ରି କରନ୍ତି । ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ଗରୁତ୍ୱ ନେଉନାହାନ୍ତି । ଜନସାଧାରଣଙ୍କ ଅଭିଯୋଗ ଉଠାଦୋକାନୀମାନଙ୍କୁ ସ୍ୱତନ୍ତ୍ର ଜାଗାରେ ଥଇଥାନ କରାଯାଉ । ଅଟୋ ଷ୍ଟାଣ୍ଡ କରାଯାଉ, ବସଷ୍ଟାଣ୍ଡରେ ବସ ରଖାଗଲେ ସମସ୍ୟା ହେବନାହିଁ । ଜନ ସାଧାରଣ ଏନେଇ ଦାବି କରିଛନ୍ତି ।

Advertisement