ବ୍ରହ୍ମପୁର,୧୩/୨(ହିମାଂଶୁ ପାଢୀ) : ପାଶ୍ଚାଚ୍ୟ ସଭ୍ୟତାକୁ ଜାବୁଡି ଧରି ଭାଲେଣ୍ଟାଇନ ଡେକୁ ପ୍ରେମୀ ଯୁଗଳମାନେ ବେଶ ଖୁସିର ସହ ପାଳନ କରିଥାନ୍ତି । ତେବେ ଏହି ଭାଲେଣ୍ଟାଇନ ଡେକୁ ସବୁବେଳେ ବିରୋଧ କରି ଆସୁଛି ବଜରଙ୍ଗ ଦଳ । ପ୍ରେମକୁ କିମ୍ବା ପ୍ରେମୀ ଯୁଗଳ ବିରୋଧ କରିବା ସଂଗଠନର ଉଦ୍ଦେଶ୍ୟ ନୁହେଁ । ବରଂ ପାଶାଚ୍ୟ ସଭ୍ୟତାକୁ ଜାବୁଡି ଧରି ଅପସଂସ୍କୃତିର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଏହା ହେଉଛି ସ୍ୱର ଉତ୍ତୋଳନ । ତେବେ ଚଳିତ ବର୍ଷ ଭାଲେଣ୍ଟାଇନ ଡେରେ ପ୍ରେମୀ ଯୁଗଳଙ୍କୁ ବିରୋଧ ନକରି ନିଆରା ଢ଼ଙ୍ଗରେ ପାଳନ କରିବ ବଜରଙ୍ଗ ଦଳ । ଦୁଇଟି ମୁଖ୍ୟ ମୁଦ୍ଧା ଉପରେ ଆଧାର କରି ଦଳ ପାଳନ କରିବ ଆସନ୍ତା କାଲି । ଗୁରୁବାର ଗଞ୍ଜାମ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଛି ଏଭଳି ସୂଚନା । ଆଜି ବ୍ରହ୍ମାନଗର କାର୍ଯ୍ୟାଳୟରେ ଆସନ୍ତାକଲି ଲାଗି ବସିଥିଲା ପ୍ରସ୍ତୁତି ବୈଠକ । ତେବେ ଆସନ୍ତା ସଂଗଠନ ପକ୍ଷରୁ ମାତୃପିତୃ ଦିବସ ଏବଂଯ ପୁଲୱାମା ଆକ୍ରମଣ ଶହୀନ ଯବାନଙ୍କ ସ୍କୃତି ଉଦ୍ଦେଶ୍ୟ ପାଳନ କରାଯିବ ଶହୀଦ ଦିବସ । ସୂଚନା ଥାଉକି, ପୂର୍ବରୁ ମଧ୍ୟ ଫେବୃୟାରୀ ୧୪ ତାରିଖରେ ବଜରଙ୍ଗ ଦଳ ମାତୃପିତୃ ଦିବସ ଭାବରେ ପାଳନ କରିଥାଏ । ସେପଟେ ପୁଲୱାମାରେ ଯାବନଙ୍କୁ ଆକ୍ରମଣ ଘଟଣାକୁ ଗତକାଲି ପୁରୁଛି ବର୍ଷେ । ଏଣୁ ଏହି ଦୁଇଟି ମୁଖ୍ୟ ମୁଦ୍ଧା ଉପରେ ପାଳନ କରାଯିବ । ତେବେ ଆଜି ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକଟି ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭବାନୀ ଶଙ୍କର ଦାଶଙ୍କ ସଭପ୍ତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି ବୈଠକରେ ବଜରଙ୍ଗ ଦଳର ବିଭାଗ ସଂଯୋଜକ ଗୌତମ ମହାରଣା , ଜିଲ୍ଲା ସଂଯୋଜକ ନିଳାଞ୍ଚଳ ବିଷୋୟୀ , ନଗର ସଂଯୋଜକ ରାହୁଲ ପାତ୍ର , ପୁର୍ବତନ ସଂଯୋଜକ ବଳରାମ ମହାରଣା , ଅରୁଣ ପ୍ରସାଦ ପାଢୀ , ସୁନଲ ଚୌଧୁରୀ , କାଳୀ ଚରଣ ଦାସ , ଆଶିଷ ବେହେରା , ଶିବଦତ୍ତ ଦାସ , ସୀମାଞ୍ଚଳ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ସେପଟେ ଭାଲେଣ୍ଟାଇନ ଡେକୁ ବିରୋଧ କରି ଆସନ୍ତାକାଲି ବିଜୁ ପଟ୍ଟନାୟକ ପାର୍କଠାରୁ କର୍ମକର୍ତ୍ତାମାନେ ଏକ ପଦଯାତ୍ରା ଆରମ୍ଭ କରିବେ । ଯାହାକି ରାମଲିଙ୍ଗେଶ୍ୱର ହନୁମାନ ମୂର୍ତ୍ତିଙ୍କ ପାଖରେ ଆସି ପହଁଞ୍ଚିବ । ଏବଂ ଏଠାରେ ପହଁଞ୍ଚିବା ପରେ ଶହୀଦଙ୍କ ଉଦ୍ଦେଶ୍ୟରେ କରାଯିବ ସ୍କୃତିଚାରଣ । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ଅରୁଣ ପ୍ରସାଦ ପାଢ଼ୀ ।

















