Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଗଂଜାମ ଜିଲ୍ଲାପାଳଙ୍କୁ ଦାବୀ

ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଗଂଜାମ ଜିଲ୍ଲାପାଳଙ୍କୁ ଦାବୀ

792
ADVERTISEMENT

ବ୍ରହ୍ମପୁର,୧୩/୨(ବ୍ୟୁରୋ) : ଆଜି ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ ଏବଂ ଏକ ଟିମ ଆସି ଗଂଜାମ ଜିଲ୍ଲାପାଳଙ୍କ ନିକଟରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ୪ତାରିଖରେ କୁକୁଡ଼ାଖଣ୍ଡି ପଂଚାୟତର ସରପଞ୍ଚ ଅଦଲ ଚେନେୟା ଏବଂ ତାଙ୍କର କିଛି ସମର୍ଥକ, ସାମ୍ବାଦିକ ସଞ୍ଜୟ ମହାରଣାଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିବାରୁ ଏବଂ ଥାନାରେ ତାଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ କରିବା ନେଇ ସାମ୍ବାଦିକଙ୍କ ବୃତ୍ତିଗତ ସ୍ୱାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ପରିଷଦ ଦୃଢ଼ ନିନ୍ଦା କରିବା ସହ ଜିଲ୍ଲାପାଳ ହସ୍ତକ୍ଷେପ କରିବା ପାଇଁ ସେହି ପତ୍ରରେ ପରିଷଦ ଦାବି କରିଛି ।

Advertisement