ବ୍ରହ୍ମପୁର,୧୩/୨(ହିମାଂଶୁ ପାଢ଼ୀ) : ଗୁରୁବାର ଦିନ ଦିବ୍ୟଜୀବନ ସଂଘ ଦ୍ୱାରା ବିଶ୍ୱର କଲ୍ୟାଣ ଜଗତର ମଙ୍ଗଳ କାମନା ନିମନ୍ତେ ଆଜି କମାପଲ୍ଲୀ ଗୋଇଲୁଣ୍ଡି ରୋଡ଼ ସ୍ଥିତ ଶିବରାମ ପାତ୍ରଙ୍କ ସହଯୋଗରେ ପ୍ରାତଃ ଜୟ ଗଣେଶ କୀର୍ତ୍ତନ, ଗୁରୁସ୍ତ୍ରୋତ୍ର, ବିଶ୍ୱ ପ୍ରାର୍ଥନା, ମହାମନ୍ତ୍ର, ଜପାଧ୍ୟାନ,୧୦୮ ଶ୍ରୀ ହନୁମାନ ଚାଲିଶା ପାଠ ସହ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା। ଋଷିକେଶ ଶିବାନନ୍ଦ ଆଶ୍ରମ ମୁଖ୍ୟାଳୟ ଠାରୁ ୨୦୧୫ ମସିହା୧୭ ତାରିଖ ମହାଶିବରାତ୍ରିରେ ଆଶ୍ରମ ସଭାପତି ସ୍ୱାମୀ ବିମଳାନନ୍ଦ ସରସ୍ଵତୀ ମହାରାଜଙ୍କ ଠାରୁ ସନ୍ୟାସୀ ଦୀକ୍ଷା ଗ୍ରହଣ କରିଥିବା ତଥା ଦିବ୍ୟ ଜୀବନ ସଂଘ, ଚଣ୍ଡୀ ମନ୍ଦିର ପାର୍ଶ୍ୱରେ ଥିବା ଲାଞ୍ଜିପଲ୍ଲୀ ଶାଖାର ପ୍ରତିଷ୍ଠାତା ବରିଷ୍ଠ ସନ୍ୟାସୀ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସ୍ୱାମୀ ଶିବାନନ୍ଦ ବାଣୀ, ସ୍ୱାମୀ ଚିଦାନନ୍ଦ ବାଣୀକୁ ବିଶ୍ୱର ପ୍ରତିଟି ଘରେ ଘରେ ପହଞ୍ଚାଇବା ଓ ସତ୍ୟ ଶାଶ୍ୱତ ସନାତନ ଧର୍ମକୁ ନିଷ୍ଠାର ସହ ବର୍ତ୍ତମାନର ଯୁବ ପିଢୀ ମାନଙ୍କ ଠାରେ ପହଞ୍ଚାଇବା ଏକମାତ୍ର ଲକ୍ଷ୍ୟ ଅଟେ।
“ମୋ ସମ ଦୀନ ନ ଦୀନ ହିତ ତୁମ୍ହ ସମାନ ରଘୁବୀର। ଅସ ବିଚାରି ରଘୁବଂଶମନି ହରହୁ ବିଷମ ଭୱ ଭୀର।” “କାମିହୀ ନାରୀ ପିଆରୁ ଜିମି, ଲୋଭହି ପ୍ରିୟ ଜିମି ଦାମ। ତିମି ରଘୁନାଥ ନିରନ୍ତର ପ୍ରିୟ ଲାଗହୁ ମୋହି ରାମ।”
ଅର୍ଥାତ ହେ ରଘୁବୀର!ମୋ ସମାନ କେହି ଦୀନ ନାହିଁ କି ତୁମ ସମାନ କେହି ବନ୍ଧୁ ନାହିଁ।ଦୟାକରି ହେ ରଘୁବଂଶମଣି ମୋ ଜନ୍ମ ମରଣର ଭୟାନକ ଦୁଃଖ ହରଣ କରନ୍ତୁ।କାମୁକ ପୁରୁଷକୁ ଯେପରି ସ୍ତ୍ରୀ ପ୍ରିୟ ଲାଗେ,ଲୋଭିକୁ ଯେପରି ଧନ ପ୍ରିୟ ଲାଗେ,ହେ ରଘୁନାଥ ହେ ଶ୍ରୀରାମ ଆପଣ ସେହିପରି ମୋତେ ନିରନ୍ତର ପ୍ରିୟ ଲଗାନ୍ତୁ ବୋଲି ସ୍ୱାମୀଜୀ ମହାରାଜ କହିଥିଲେ।
ଏହି କାର୍ଯ୍ୟକ୍ରମରେ ପିତାମ୍ବର ପାତ୍ର, ଶିବରାମ ପାତ୍ର, ଲିଙ୍ଗରାଜ ପାତ୍ର,ସୋମନାଥ ପାତ୍ର, ତୁଳସୀ ପାତ୍ର,ଚନ୍ଦ୍ରମା ପାତ୍ର, କେ.ମଣି,କାହ୍ନ,ଲୋକନାଥ ପାତ୍ର, ଡ଼ି. ଚିନ୍ମମା ରେଡ଼ି, ବି.ଚନ୍ଦ୍ରଶେଖର ରେଡ୍ଡୀ, ଦୀନବନ୍ଧୁ ପଣ୍ଡା, ଉମା ଚରଣ ପଟ୍ଟନାୟକ,ଏ ସୁବୋଧ,ଶିବରାମ ସାହୁଙ୍କ ସହ ଶତାଧିକ ଗୁରୁଭାଇ ଭଉଣୀ ଯୋଗ ଦେଇକାର୍ଯ୍ୟକ୍ରମ କୁ ସଫଳ କରିଥିଲେ।ଲିଙ୍ଗରାଜ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

















