କୋଦଳା,୧୩/୨(ସୂର୍ଯ୍ୟନାରାୟଣ ବଡୁ) : କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଗୁରୁବାର ଦିନ ବେଗୁନିଆପଡ଼ା ବ୍ଳକରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣୀ କରିବା ସହ ଭତ୍ତା ବଣ୍ଟନ କରିଥିଲେ l ଏହି ବ୍ଲକର ବିଭିନ୍ନ ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ୩୧୨ ଜଣ, ବିଧବା ଭତ୍ତା ୭୭ ଜଣ, ଦିବ୍ୟାଙ୍ଗ ଭତ୍ତା ୪ ଜଣ, ମଧୁବାବୁ ପେନସନ ଯୋଜନାରେ ୪୬୭ ଜଣଙ୍କୁ ଭତ୍ତା ବଣ୍ଟନ କରିଥିଲେ l ଏଥି ସହିତ ୧୬୭ଟି ଅଭିଯୋଗ ଶୁଣିବା ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l ଅଭିଯୋଗ ମଧ୍ୟରେ ବିଶେଷତଃ ରାସନ କାର୍ଡ, ଭତ୍ତା, ଆବାସ ଯୋଜନା, ମେଡିକାଲ ସହାୟତା, ପାନୀୟଜଳ ଯୋଗାଣ, ବେନିୟମ ଭାବେ ପଥର ଖଣି ଖନନ, ରହିଥିବା ଜଣା ପଡିଛି l ଏହି ସମୟରେ ବି ଡି ଓ ବେଦବର ପ୍ରଧାନ , ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା ଉପାଧ୍ୟକ୍ଷ ଭ୍ରମର ଭୂୟାଁ, , ଜିଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ତ୍ରିନାଥ ଭୂୟାଁ, ଯୋଗାଣ ଅଧିକାରୀ, ଜୀ ପି ଇ ଓ, କନିଷ୍ଠ ଯନ୍ତ୍ରୀ, ତହସିଲ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟ, ସରକାରୀ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ l


















