ବ୍ରହ୍ମପୁର,୧୩/୨(ସଞ୍ଜୟ ବିଶ୍ୱାଳ): ବ୍ରହ୍ମପୁର ଉପକଣ୍ଠ ଲୋଚାପଡ଼ା ସ୍ଥିତ ୱାନଣ୍ଡର ଷ୍ଟାର୍ଜ ଗ୍ଲୋବାଲ୍ ସ୍କୁଲର ବାର୍ଷିକ ଉତ୍ସବ (ଫନ ଫିଏଷ୍ଟା) ମହାଆଡ଼ମ୍ବରରେ କାଳୀମନ୍ଦିର ପଡ଼ିଆରେ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୁକୁଡ଼ାଖଣ୍ଡି ବ୍ଲକ୍ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଯୋଗ ଦେଇଥିଲେ । ଅତିଥି ଭାବେ କୁକୁଡ଼ାଖଣ୍ଡି ବ୍ଲକ୍ ଉପସଭାପତି ଲକ୍ଷ୍ମୀପ୍ରିୟା ସାହୁ, କୁକୁଡ଼ାଖଣ୍ଡି ବ୍ଲକ୍ ପୂର୍ବତନ ସଭାପତି ଦିଲ୍ଲୀପ କୁମାର ପାତ୍ର ଯୋଗଦାନ କରିଥିଲେ । ୱାନଣ୍ଡର୍ ଷ୍ଟାର୍ଜ ଗ୍ଲୋବାଲ୍ ସ୍କୁଲର ଅଧ୍ୟକ୍ଷା ତ୍ରିବେଣୀ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ୱାନଣ୍ଡର ଷ୍ଟାର୍ଜ ଗ୍ଲୋବାଲ ସ୍କୁଲର ଉଦ୍ଦେଶ୍ୟ ‘ଗୁଣାତ୍ମକ ଶିକ୍ଷା ସହିତ ଦକ୍ଷତା ବୃଦ୍ଧି’ ଓଡ଼ିଶାର ବିକାଶଧାରାର ଏକ ଅଙ୍ଗ ହୋଇ ମାନବ ସମ୍ବଳର ଉନ୍ନତି କିପରି ହେବ ସେନେଇ ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ଏହା ପରେ କୁନି କୁନି ଛାତ୍ରଛାତ୍ରୀ ମାନେ ନାଚ, ଗୀତ ପରିବେଷଣ କରି ନିଜ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ୱାନଣ୍ଡର ଷ୍ଟାର୍ଜ ପ୍ଲେ ଏଣ୍ଡ୍ ଗ୍ଲୋବାଲ୍ ସ୍କୁଲର ଅଧ୍ୟକ୍ଷ ଦିବାକର ପାତ୍ର, ଏଲ୍. ପ୍ରଭାସ ଦାସ, ଗଣେଶ ଦାସ, କାଜଲ ଦାସ, ଆଶିଷ କୁମାର ପାତ୍ର, ଅଭିଷେକ ଦାସ, ଶିକ୍ଷୟତ୍ରୀ ଏବଂ ସ୍କୁଲ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।


















