କୋଦଳା,୧୩/୨(ସୂର୍ଯ୍ୟନାରାୟଣ ବଡ଼ୁ): ଚଳିତ ମାସ ୧୬ରେ କୋଦଳା ଗଣେଶ ଯୁବକ ସଂଘ ଓ ସ୍ଵେଚ୍ଛାସେବୀଙ୍କ ସହଯୋଗରେ ଏକ “ମେଗା ସ୍ୱାସ୍ଥ୍ୟଶିବିର” ଆୟୋଜିତ ହେବାକୁ ଯାଉଛି ।ଏହି କାର୍ଯକ୍ରମକୁ ସମ୍ମାନୀୟ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୂତ କୁଲାଙ୍ଗେ ଉଦ୍ ଘାଟନ କରିବା ପାଇଁ ଯୋଗଦେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ସମ୍ମାନୀୟ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଷ କୁମାର ରାୟ ,ସମ୍ମାନୀୟ ଅତିଥିଭାବେ ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ କୁମାର ପାଢ଼ୀ ଓ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନି ମହାସଚିବ ଦଣ୍ଡପାଣି ମହାପାତ୍ର ପୌରୋହିତ୍ୟ କରିବେ ବୋଲି ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।
ଗଣେଶ ଯୁବକ ସଂଘ ର ଏହି ଜନକଲ୍ୟାଣ ଯୋଜନା ରେ ସମ୍ପୂର୍ଣ ମାଗଣା ଚକ୍ଷ୍ଯୁ ଚିକିଛା ସମେତ ଅସ୍ତ୍ରୋପଚାର /ଚଷମା ଓ ଔଷଧ ,ବଧିର ଓ ମୁକଦୋଷ ର ଚିକିଛା ସମେତ ଔଷଧ ଓ ଶ୍ରବଣଯନ୍ତ୍ର ଓ ଅନ୍ୟାନ୍ୟ ରୋଗର ଚିକିତ୍ସା ସମେତ ଏକ ମେଗା ରକ୍ତଦାନ ଶିବିର ପୁରୁଣା ବଜାର ଜଗନ୍ନାଥ ମନ୍ଦୀର ଆଗରେ ଅନୁଷ୍ଠିତ ହେବ । ଏହି ଶିବିରରେ ରାଜଧାନୀ ଭୁବନେଶ୍ୱର ସମେତ ବ୍ରହ୍ମପୁର ବଡମେଡିକଲ ଓ ଶଙ୍କର ନେତ୍ରାଲୟର ବହୁ ଅଭିଜ୍ଞ ଡକ୍ଟର ଯୋଗଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।ଏହି ଅବସର ରେ କୌଣଷି ଉଦ୍ଦେଶ୍ୟ ନ ରଖି “ମାନବ ସେବା ହିଁ ମାଧବ ସେବା “ଭାବେ ଗ୍ରହଣ କରି ଏହି ମହାନ କାର୍ଯକ୍ରମକୁ ସଫଳ କରିବା ପାଇଁ ସଚେତନ ନାଗରିଜ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

















