Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ଏକ ପରିତିକ୍ତ କୂଅରୁ ଗାଈ ଓ ସାପ ଉଦ୍ଧାର

ଜଗଦଳପୁର ଏକ ପରିତିକ୍ତ କୂଅରୁ ଗାଈ ଓ ସାପ ଉଦ୍ଧାର

251
ADVERTISEMENT

ବ୍ରହ୍ମପୁର, ଫେବୃଆରୀ ୧୨(ବ୍ୟୁର): ଜଗଦଲପୁର ଗାଁ ବନ୍ଧ ନିକଟରେଥିବା ପରିତିକ୍ତ କୂଅ ଭିତରେ ଗୋଟେ ଗାଈ ଗତକାଲି ରାତ୍ର ଠାରୁ ପଡି଼ ଛଟପଟ ହେଉଥିଵା ଦେଖି ଉକ୍ତ ଗାଁ ଲୋକେ ଅଗ୍ନିଶମ ବିଭାଗ ଏବଂ ଗୋରୁ ଗାଈ ସେବାରେ ନୀୟୋଜିତଥିଵା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ସମୟ ନଷ୍ଟ ନକରି ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଯୋଗାଯୋଗ କରି ଅଗ୍ନିଶମ ବିଭାଗର ଅଧିକାରୀ ସନାତନ ମହାପାତ୍ରଙ୍କ ସହ ଘଟଣା ସ୍ଥଳେ ପହଞ୍ଚି ଥିଲେ । ଉକ୍ତ କୁଅଁରେ ଏକ ସାପ ମଧ୍ୟ ଦେଖିବାକୁ ମେଲିଥିବାରୁ ସଂଗେ ସଂଗେ ସ୍ନକେ ହେଲ୍ପ ଲାଇନ ସହ ଅଗ୍ନିଶମ ବିଭାଗର ଅଧିକାରୀ ସନାତନ ମହାପାତ୍ର ଯୋଗାଯୋଗ କରି ଘଟଣା ସ୍ଥଳକୁ ଡାକିଥିଲେ । କିଛି ସମୟ ବିଳମ୍ବ ହୋଇଥିବାରୁ ଅଗ୍ନିଶମ ବିଭାଗର ନିଷ୍ଠାପର ଅଗ୍ନିକ ସେବାବୃତୀ କର୍ମଚାରୀ ସୁଶାନ୍ତ ବେହେରା ଅତି ସାହସିକତା ସହ କୁଅଁ ଭିତରେ ପଶି ଗାଇଟିକୁ ଉଦ୍ଧାର କରିଥିଲେ ।

ପରେ ସ୍ନକେ ହେଲ୍ପ ଲାଇନର ସଦସ୍ୟ ତଥା ଭଗ୍ୟପ୍ରଭାର କାର୍ଯ୍ୟରତ ସାମ୍ବାଦିକ ସ୍ଵାଧୀନ କୁମାର ସାହୁ ଏବଂ ସୁଶାନ୍ତ କୁମାର ମହାଙ୍କୁଡ଼ ଘଟଣା ସ୍ଥଳେ ପହଞ୍ଚି ଅତି ଚତୁରତା ସହ ସାତ ଫୁଟ ବିଶିଷ୍ଟ ଡାମଣା ସାପକୁ ଉଦ୍ଧାର କରିଥିଲେ । ଜଗଦଲପୁର ଗାଁ ନୁହେଁ ଗାଁ ଆଖପାଖ ଅଞ୍ଚଳର ଜନସାଧାରଣ ଗୋରୁ ଗାଈ ସେବାରେ ନୀୟୋଜିତ ଥିବା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ, ସ୍ନକେ ହେଲ୍ପ ଲାଇନର ସ୍ଵାଧୀନ କୁମାର ସାହୁ ଏବଂ ସୁଶାନ୍ତ କୁମାର ମହାଙ୍କୁଡ଼, ଅଗ୍ନିଶମ ବିଭାଗର ଅଧିକାରୀ ସନାତନ ମହାପାତ୍ର ଏବଂ ବିଭାଗର ନିଷ୍ଠାପର ଅଗ୍ନିକ ସେବାବୃତୀ କର୍ମଚାରୀ କର୍ମଚାରୀ ସୁଶାନ୍ତ ବେହେରା, ଅଭିନେଶ ଶ୍ରୀ ଚନ୍ଦନ, ପ୍ରଦୀପ କୁମାର ମାଲିକ, ରାଜେଶ୍ ମହାପାତ୍ର, ଅରବିନ୍ଦ ପ୍ରଧାନ, ଗୋପୀନାଥ ନାୟକଙ୍କୁ ପ୍ରଶଂସା କରିବା ସହିତ ସାଧୁବାଦ୍ ଜଣାଇଥିଲେ । ଏହି ଖବର ସୋସିଆଲ ମିଡିଆରେ ଖବର ପ୍ରଚାର ହେବାପରେ ବ୍ରହ୍ମପୁର ଟାଉନ୍ ରେ ପ୍ରଶଂସାର ଶୁଅ ଛୁଟୁଛି ।

Advertisement