Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ପରିଷଦର କାର୍ଯ୍ୟକ୍ରମ ବୈଠକ

ଜିଲ୍ଲା ପରିଷଦର କାର୍ଯ୍ୟକ୍ରମ ବୈଠକ

475
ADVERTISEMENT

ପାରଳାଖେମୁଣ୍ଡି,୧୩/୨(ପ୍ରଭାତ କୁମାର ପାତ୍ର): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୪୪ ତମ ଜିଲ୍ଲା ସ୍ତରୀୟ ବୈଠକ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରାଙ୍କ ସଭାପତିତ୍ଵରେ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର. ବିଜୟ କୁମାର, ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୋରଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟତଃ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ରାଜନୈତିକରୁ ଉର୍ଦ୍ଧ୍ଵରେ ରହି ଜିଲ୍ଲାର ବିକାଶ ପଥରେ ଆଗେଇ ପାରିବ ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବିଭାଗ ଅଧିକାରୀମାନଙ୍କୁ ବୈଠକରେ କହିଥିଲେ । ଏହି ବୈଠକରେ ମୁଖ୍ୟତଃ ଶିକ୍ଷା, ଗୋ-ପାଳନ, ଗ୍ରାମ୍ୟ ନିମାଣ ବିଭାଜନ, ଅବକାରୀ, ମହିଳା ଶିଶୁ ବିକାଶ, କୃଷି ଓ ଉଦ୍ୟାନ, ସ୍ବାସ୍ଥ୍ୟ, ରାସ୍ତା, କୋଠାଘର, ଜଳସେଚନ, ପାନୀୟଜଳ ଯୋଗାଣ, ସାମାଜିକ ସୁରକ୍ଷା, ପରିବହନ, ବିଦ୍ୟୁତ ସଂଯୋଗ ପ୍ରଭୃତି ବିଭାଗ ଉପରେ ଆଲୋଚନା କରାଯାଇଥିଲା । କୈାଣସି କାରଣ ବଶତଃ ହୋଇ ନ ପାରି ଅଟକି ରହିଛି ଯୁଦ୍ଧକାଳୀନ ଭିତ୍ତିରେ ସେସବୁକୁ ଅଗ୍ରାଧିକାର ଦେଇ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆ ଯାଇଥିଲା।

Advertisement