କୋଦଳା,୧୨/୨(ସୂର୍ଯ୍ୟନାରାୟଣ ବଡୁ) : ବୁଧବାର ସ୍ଥାନୀୟ ଲକ୍ଷ୍ମୀ ନାରାୟଣ କଲେଜ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ କଲେଜ ଅଧ୍ୟକ୍ଷ ଡଃ ସୀମାଞ୍ଚଳ ମୁନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କିରାଣି ପ୍ରଦୀପ କୁମାର ପଟ୍ଟନାୟକ ଓ ବରିଷ୍ଠ ପିଅନ ଭାସ୍କର ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ଯୋଗୁଁ କଲେଜ ତରଫରୁ ପୁଷ୍ପ ଗୁଚ୍ଛ , ଉତ୍ତରୀୟ ଓ ଉପଢୌକନ ପ୍ରଦାନ ସହିତ ସମ୍ବର୍ଦ୍ଧିତ କରିଥିଲେ ।ଉକ୍ତ ଦୁଇ କର୍ମଚାରୀ କର୍ତ୍ତବ୍ୟ ପରାୟଣ , ମିସ୍ଟଭାସି । ତାଙ୍କର କାର୍ଯ୍ୟକୁ ପ୍ରସଂଶା କରି ସମସ୍ତ କର୍ମଚାରୀ ବିଦାୟ କାଳୀନ ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ ।ଏହି ଅବସରରେ ଅଧ୍ୟାପକ ମିହିର କୁମାର ପଟ୍ଟନାୟକ ,ପ୍ରଶାନ୍ତ କୁମାର ମାଝି , କ୍ଷୀରୋଦ ଚନ୍ଦ୍ର ମହାପାତ୍ର ମଞ୍ଚ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।


















