ବ୍ରହ୍ମପୁର,୧୨/୨(ବ୍ୟୁରୋ ) : ବ୍ରହ୍ମପୁର ଷ୍ଟେସନ୍ ନିକଟରେ ଥିବା ଏକ ଗଳିରେ ଗୋଟେ ବୁଲା କୁକୁର ଗତକାଲି ରାତ୍ର ଠାରୁ ଗେଟ୍ ରେ ପଶି ବାହାରି ନପାରି ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ସ୍ଥାନୀୟ ବାସିନ୍ଦା ପଶୁ ସେବାରେ ନୀୟଜିତଥିଵା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ସମୟ ନଷ୍ଟ ନକରି ଘଟଣା ସ୍ଥଳେ ପହଞ୍ଚି ପ୍ରଥମେ ପଶୁ ବିଭାଗର ଡକ୍ଟରଙ୍କ ସହ ଯୋଗାଯୋଗ କରି କିପରି କୁକୁରଟିକୁ ଉଧାର କରାଯାଇପାରିବ ପରାମର୍ଶ ନେଇ ଗଞ୍ଜାମ କେନାଇନ ଏସୋସିଏସନ ସହ ଯୋଗାଯୋଗ କରିଥିଲେ । ଉଭୟ ଟିମ୍ ଘଟଣା ସ୍ଥଳେ ପହଞ୍ଚି କୁକୁରଟିକୁ ଉଧାର କରିଥିଲେ । ଏହିପରି କାଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହ ଧନ୍ୟବାଦ୍ ଜଣାଇଥିଲେ । ଏହାକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଉଥିବା ଜଣାପଡିଛି । ଯାହାକୁ ନେଇ ବ୍ରହ୍ମପୁର ଟାଉନ୍ ରେ ପ୍ରଶଂସାର ଶୁଅ ଛୁଟୁଛି ।


















