ବାଲିଗୁଡ଼ା,୧୨/୨(ବାଳକୃଷ୍ଣ ପାଢ଼ୀ) : ଏନଏସିରେ ଦିନ ଦିନ ନାନା ପ୍ରକାର ସମସ୍ୟା ଉପୁଜୁ ଥିଲେ ହେଲେ କିଏ ଶୁଣିବ ଏନେଇ ଚିନ୍ତାରେ ସହରବାସି ପୁଣି ଦେଖିବାକୁ ମିଳିଛି ୧0ନମ୍ବର ୱାର୍ଡ କନ୍ଧମାଳ ଫ୍ରେସ ଦୋକାନ ସମ୍ମୁଖରେ ନାଳ ନଥିବାରୁ ସାହିର ଅପରିଷ୍କାର ପାଣି ରାସ୍ତା ଭାସୁଛି ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧା ହେଉଛି ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି କାର୍ଯ୍ୟ କରୁନଥିବା କହିଛନ୍ତି ୱାର୍ଡ ବାସି ଏହି ରାସ୍ତାରେ ସିଆରପିଏଫ ଅଫିସ, ଅଟୋଷ୍ଟାଣ୍ଡ ଥିବା ସହ ଲୋକେ ମନ୍ଦିର ଯିବା ଆସିବା କରିଥାନ୍ତି ଏଭଳି ପ୍ରାୟ ଏକ ବର୍ଷ ହେଲା ଏମିତି ରାସ୍ତାରେ ପାଣି ଚାଲୁଛି ସିଆରପିଏଫ କିଛି କାମ କରିଥିବାରୁ ଟିକେ ଯିବା ଆସିବା କରିହେଉଛି ଏହାର କାର୍ଯ୍ୟ ତୁରନ୍ତ କରାଯାଉ ଏହା ପୂର୍ବରୁ ଉପଜିଲ୍ଲାପାଳ ଦାୟିତ୍ୱରେ ଥିବାବେଳେ ଏଭଳି ସମସ୍ୟା ହେଉନଥିଲା ବୋଲି କହିଛନ୍ତି ଏହି ୱାର୍ଡର କାଉନ୍ସିଲର

















