ବ୍ରହ୍ମପୁର,୧୨/୨(ଇ.ରଞ୍ଜନ) : ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ମେହରାଜପୁର ଗ୍ରାମରେ ଘଟିଥିବା ବିଦ୍ୟୁତ ଆଘାତ ଜନିତ ଦୁର୍ଘଟଣାରେ ଦକ୍ଷିଣ ଓଡିଶା ବିକାଶ ପରିଷଦର ଏକ ଟିମ ଏମ.କେ.ସି.ଜି ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ l ପରିଷଦର ଆବାହକ କିରଣ କୁମାର ପଟ୍ଟନାୟକ ଏବଂ ଓଡିଶା ହାଇକୋର୍ଟ ବରିଷ୍ଠ ଓକିଲ ସୂର୍ଯ୍ୟ ନାରାୟଣ ସାହୁ. ପ୍ରକାଶ ବେହେରା. ଦିବାକର ନାୟକ. ଦୁର୍ଗା ପଣ୍ଡା ସମେତ ଏମ୍କେସିଜିରେ ପହଂଚି ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଂକୁ ସ୍ୱାସ୍ଥ୍ୟ ଅବସ୍ତା ନେଇ ଡାକ୍ତରଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଚାରି ବୁଝିବା ସହ ସେମାନଙ୍କ ନିଜ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନେଇ ଦୁର୍ଘଟଣା ଶିକାର ହୋଇଥିବା ଲୋକଙ୍କୁ ବୁଝାଇ ଥିଲେ l ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ଆରୋଗ୍ୟ କାମନା କରିଥିଲେ.ଏହା ସହ ବିଦ୍ୟୁତ ଆଗତରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ସତଗତି କାମନା କରିଥିଲେ l ଏଥିରେ ଦକ୍ଷିଣ ଓଡିଶା ବିକାଶ ପରିଷଦର ଆବାହକ କିରଣ କୁମାର ପଟ୍ଟନାୟକ ମୃତକଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ଏକାକାଳୀନ ମାଗଣା ଚିକିତ୍ସା ଏବଂ ଆର୍ଥିକ ସାହାର୍ଯ୍ୟ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ l

















