Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା

ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା

372
ADVERTISEMENT

ଗଜପତି/ପାରଳାଖେମୁଣ୍ଡି,୧୨/୨(ପ୍ରଭାତ କୁମାର ପାତ୍ର):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏହି ନୃତ୍ୟାୟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାରଳା ବିଧାୟକ କେ. ନାରାୟଣ ରାଓ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ଏହିପରି କାର୍ଯ୍ୟକ୍ରମ ଦ୍ୱ।ରା ଜିଲ୍ଲାର କଳା ପ୍ରେମୀମାନେ ଅଧିକ ଉତ୍ସାହିତ ହେବାସହ କଳାପ୍ରେମୀ ଆକର୍ଷିତ ହୋଇପାରିବେ ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ମଦଳ ବାଦକ ଧନେଶ୍ୱର ସ୍ୱାଇଁ ଓ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଙ୍କଜ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଯୁଗ୍ମ ମଦଳ ବାଦକ, ପଦବଙ୍ଗେ ମଙ୍ଗଳା ଚରଣ, ଶିଶୁ ନୃତ୍ୟ, ପଲ୍ଲୀ ନୃତ୍ୟ, ମା ମାନଙ୍କ ଦ୍ଵାରା ଦାଣ୍ଡିଆ ନୃତ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବେନଶ୍ୱର ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ରନନ୍ଦ ସ୍ୱାଇଁ, ପଦାମୃତ ନୃତ୍ୟାୟନର ଉପଦେଷ୍ଟା ନୃସିଂହ ଚରଣ ପଟ୍ଟନାୟକ, ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisement