କୁକୁଡାଖଣ୍ଡି,୧୧/୨(ଇ.ରଞ୍ଜନ): କୁକୁଡ଼ାଖଣ୍ଡି ଓଡିଶା ସରକାରଙ୍କ ଅର୍ଥଳୟ ପ୍ରୋଜେlଜନାରେ ଜିଲ୍ଲାପ୍ରଶାସନ ତରଫରୁ ସୋମବାର କୁକୁଡ଼ାଖଣ୍ଡି ଆସି.ଡ଼ିସି ହଲ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତlତ୍ରୟ ଭାଉସାହେବ ଯୋଗଦେଇଥିବା ବେଳେ ଡ଼ି.ଏସ.ଏସ ଓ ଶଙ୍କରସେନ ପଟ୍ଟନାୟକ, ବ୍ୟାଙ୍କ ମ୍ୟାନେଜେର ଅଶୋକ ପଣ୍ଡା, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପଧକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ ଡାକବିଭାଗ କର୍ମଚାରୀ ବିଷ୍ଣୁପ୍ରସାଦ ରଥ, ଗଙ୍ଗାନାରାୟଣ ମହାଲିକା ସହ ସମସ୍ତ ସରପଞ୍ଚ ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତlତ୍ରୟ ଭାଉ ସାହେବ ଏଥିରେ ଯୋଗଦେଇ ଗ୍ରାମାଞ୍ଚଳରେ ବସବାସ କରୁଥିବା ନିରୀକ୍ଷର ଲୋକଙ୍କୁ ଆଧୁନିକ ସମାଜରେ ସ୍ୱାକ୍ଷରତା କରିବା ସହ ସେମାନେ ସ୍ବଅର୍ଜିତ ଅର୍ଥ ଟଙ୍କାକୁ ଚିଟପଣ୍ଡ ସଂସ୍ଥା ଠକି ନେଇଥିବା ଭୟଭିତ ନରହି l ବର୍ତମାନ ଯେଉଁ କିଛି ଅର୍ଥ ଉପାର୍ଜନ କରନ୍ତି ସେମାନେ ଠକସଂସ୍ଥାର ଦଲାଲ ପ୍ରତି କିପରି ସାବଧାନ ରହିବା ସେମାନେ ଟଙ୍କାକୁ ନେଇ ସୁରକ୍ଷିତ ଭାବେ ଭାରତୀୟ ଡାକ ବିଭାଗରେ ସଂଚୟ କଲେ ତାଙ୍କ ଟଙ୍କା ସୁରକ୍ଷାରେ ରହିବ ତାହା ନେଇ ଲୋକଙ୍କୁ ସଚେତନ କରାଇବା ଦ୍ୱାରା ସେମାନେ ଏହି ସୁବିଧାରୁ କିପରି ବଞ୍ଚିତ ନ ହେବେ ତାହା ନେଇ ସରପଞ୍ଚ ମାନଙ୍କୁ ବାର୍ତ୍ତାଦେଇ କହିଥିଲେ l ବିଡ଼ିଓ ମଧ୍ୟ ନିଜ ବକ୍ତବ୍ୟରେ ଜନସାଧାରଣଙ୍କ ଟଙ୍କାରେ ଆମ୍ଭେମାନେ ସେମାନଙ୍କୁ ସେବା ଦେବାନିମନ୍ତେ ଆବଶ୍ୟକ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ଦରକାର l ସେମାନେ କିଭଳି ଉଚିତ ସେବା ପାଇବା ସହ ନିରକ୍ଷର ଲୋକଙ୍କୁ ସ୍ୱାକ୍ଷରତା ହେବେ ତାହା ନେଇ ବୈଠକରେ ସରପଞ୍ଚ ମାନଂକୁ ସୂଚାଇଥିଲେ l ସେହିପରି ଦ୍ୱିତୀୟ ଅଧିବେଶନରେ ଆସନ୍ତା ୧୨ ତାରିଖରେ ଥିବା ମୋ ସରକାର ବ୍ଲକ ତହସିଲ ପଞ୍ଚାୟତ ମାନଙ୍କରେ କାର୍ଯ୍ୟକାରି ହେବାନେଇ ସୂଚନାଦେଇ କିପରି ମୋ ସରକାର ଦ୍ୱାରା ଲୋକଙ୍କୁ ସେବା ଯୋଗାଇ ଦେବା ତାହା ନେଇ ସରପଞ୍ଚ ଓ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲେ l

















