ପୁରୁଷୋତ୍ତମପୁର,୧୧ /୨(ସୁଦାମ ମହାରଣା) : ଆକାଶ, ସମୁଦ୍ର ଯେଭଳି ବିଶାଳ ଓ ମହାନ ସେହିପରି ଛାତ୍ର ସମାଜ ନିଜକୁ ପ୍ରତିଷ୍ଠିତ ମହାନ ବ୍ୟକ୍ତିତ୍ବ ଅଧିକାରୀ ହେବାକୁ ପରାମର୍ଶ ଦେଇଥିଲେ ,ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଜ୍ଉଗଡ ହାଇସ୍କୁଲ ବାର୍ଷିକ ଉତ୍ସବରେ ଉପସ୍ଥିତ ଅତିଥି ବୃନ୍ଦ । ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭ୍ୟ ପି.ନାରାୟଣ ରାଓ,ସମ୍ମାନିତ ଅତିଥି ସାମ୍ବାଦିକ ଅନନ୍ତ କୁମାର ଦାଶ,ସମାଜସେବୀ ତଥା ସମିତି ସଭ୍ୟ ନିର୍ମଳ ଚନ୍ଦ୍ର ସାହୁ, ସରପଞ୍ଚ ଗୋପାଳ ସେଠି,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, କୈଳାସ ଚନ୍ଦ୍ର ପାତ୍ର, ବିଶ୍ବାନାଥ ପରିଡା,ମୁଖ୍ୟ ବକ୍ତା ଏ ପ୍ରଫୁଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ବର୍ଗରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଛାତ୍ରଛାତ୍ରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ରେ ସହଯୋଗ କରିଥିଲେ।


















