ତାରାତାରିଣୀ,୧୧ /୨(ସୁଦାମ ମହାରଣା) : ରାଜ୍ୟର ପ୍ରମୁଖ ଶକ୍ତିପୀଠ ମା ତାରାତାରିଣୀ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୩କୋଟିର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହାର ରୂପରେଖ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦୀଲ୍ଳିପ ମହାନ୍ତି ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୀଠରେ ପହଞ୍ଚି ସମସ୍ତ ବିଭାଗିୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସିଂହ ଦ୍ବାର ନବୀକରଣ,ମନ୍ଦିର ଉପର ଓ ତଳ ଭାଗରେ ପାନୀୟ ଜଳଯୋଗାଣ,ପାଦଚଲା ରାସ୍ତା, ପ୍ରସାଦ ସେବନ ପାଇଁ ସ୍ବତନ୍ତ୍ର ଗୃହ, ଯୋଗ ଓ ଧ୍ୟାନ କେନ୍ଦ୍ର, ବିଶ୍ରାମ ସ୍ଥଳୀ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବିଭିନ୍ନ ସମସ୍ୟା ଉପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ସ୍ଥାନୀୟ ବିଡ଼ିଓ ସିମାଞ୍ଚଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ ସମେତ ପୂର୍ତ୍ତ ବିଭାଗ, ଜଳଯୋଗାଣ ପରିମଳ, ଆରଡି ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


















