Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ

ଉଡାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ଉଦଯାପିତ

509
ADVERTISEMENT

ପାରଳାଖେମୁଣ୍ଡି,୧୦।୨(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ରିଜର୍ଭ ପୋଲିସ୍ ପଡିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ଉଡାନ-୨ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁ ରହିଥିଲା ତାହା ଆଜି ଉଦଯାପିତ ହୋଇଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମାଙ୍କ ନିଦ୍ଦେର୍ଶ ଓ ନେତୃତ୍ୱରେ ବେକାର ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ପରି ପ୍ରଶିକ୍ଷଣ ଦ୍ୱାରା ଜିଲ୍ଲାରେ ବେକାରୀମାନେ ପୋଲିସ ବାହିନୀ ଏବଂ ସାମରିକ ବାହିନୀରେ ଭର୍ତ୍ତି ହେବାପାଇଁ ନିଜକୁ ସଠିକ ଭାବେ ପ୍ରସ୍ତୁତ କରିପାରିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହା ଦ୍ଵାରା ପୋଲିସ ବାହିନୀ ଓ ସାମରୀକ ବାହିନୀ ଭର୍ତି ହେବା ପୂର୍ବରୁ ଯେଉଁ ପରୀକ୍ଷା ହୋଇଥାଏ ସେଥିରେ ସେମାନେ ସଫଳତା ସହକାରେ ହାସଲ କରିପାରିବେ ବୋଲି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଆରକ୍ଷୀ ଅଧିକ୍ଷକ ଏପରି ଏକ କାର୍ଯ୍ୟକ୍ରମ ହାତକୁ ନେଇ ଜିଲ୍ଲା ତଥା ରାଜ୍ୟ ବାହାରେ ପ୍ରଶଂସିତ ହେବା ସହ ସାଧାରଣରେ ମଧ୍ଯ ଏହା ଚର୍ଚ୍ଚାର ବିଷୟ ହୋଇପଡିଛି। ଆଜିର ଏହି ଉଦଯାପିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହିପରି ଏକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଥିରେ ଜିଲ୍ଲାର ବେକରିମାନେ ଉପକୃତ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପାରଳାଖେମୁଣ୍ଡି ଯୁବରାଣୀ କଲ୍ୟାଣୀ ଗଜପତି , ପୋଲିସ ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନା , ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Advertisement