କୋଦଳା,୧୦।୨(ସୂର୍ଯ୍ୟ ନାରାୟଣ ବଡୁ) : ଗଞ୍ଜାମ ଜିଲ୍ଲ। ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଏସ. ଛଚିନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରେ ଆସ୍ପୃହା ମଣ୍ଡଳର ମାତୃ ସମ୍ମିଳନୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନବ ଜୀବନ ଶିକ୍ଷା ସଂସଦର ସଭ୍ଯ ଲକ୍ଷ୍ମି ଚରଣ ଦାସ,ଭାଗୀରଥୀ ମହାପାତ୍ର, ଲକ୍ଷ୍ମୀ ବାଇ ଦଳେଇ, ଗୀତାଞ୍ଜଳି ସେନାପତି, ପ୍ରମିତl ଅପା, ସସ୍ମିତା ଅପା ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ମାଆ ମାନଙ୍କ ଭୂମିକା ,ଶିକ୍ଷିତ ମାଆ ସମ୍ପୂର୍ଣ୍ଣ ପରିବାରକୁ ଶିକ୍ଷିତ କରିଥାଏ, ଏଥି ସହିତ ବିଦ୍ୟାଳୟ ଓ ମାଆ ମାନଙ୍କ ଉତମ ସମ୍ପର୍କ ସ୍ଥାପନ କରିବା ଉଚିତ, ଫଳରେ ପିଲାମାନେ ଉତ୍ତମ ମଣିଷ ଗଠନ, ଶ୍ରି ଅରବିନ୍ଦଙ୍କ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ମତ ବ୍ୟକ୍ତ କରିଥିଲେ l ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ, ହଷ୍ଟେଲ ପରିଚାଳକ ପ୍ରଶାନ୍ତ କୁମାର ବିଶୋୟୀ, ଦିଲୀପ କୁମାର ବେହେରା , ବିଦ୍ୟାଳୟର ସମସ୍ତ ଅପା ଭାଇ ସହଯୋଗ କରିଥିଲେ l


















