କନ୍ଧମାଳ,୧୦।୨(ଟିକି ଦଣ୍ଡିଆ) : କନ୍ଧମାଳ ରାଇକିଆ ବ୍ଲକରେ ୨ୟ ରାଇକିଆ ମହୋତ୍ସବ ଓଡ଼ିଶାର ମାନ୍ୟବର ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଉଦଘାଟନର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଜାତିର ରାଜ୍ୟ ସଭାପତି ମୁନ୍ନା ଖାଁ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଜିଲ୍ଲା ପରିଷଦ ଅଧକ୍ଷା ଆଙ୍କାକ୍ଷା ପ୍ରଧାନ, ରାଇକିଆ ବ୍ଲକ ଅଧକ୍ଷା ମାନିନୀ ପ୍ରଧାନ, ପୂର୍ବତନ ଜାତି ଓ ଅନୁସୂଚିତ ଜନଜାତି ଜିଲ୍ଲା ସଭାପତି ରୋଦନ କହଁର, ରାଇକିଆ ବ୍ଲକ ସାଂସଦ ପ୍ରତିନିଧି, ପୂର୍ଵତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଷ୍ଣୁ ପ୍ରିୟା ବେହେରା ଯୋଗଦେଇଥିବା ସହ ରାଇକିଆ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ରହିବା ସହ ବହୁ ଜନସାଧାରଣ ଯୋଗଦେଇଥିଲେ । ଉତ୍ସବରେ ପ୍ରଥମେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବା ପରେ ଆସିଥିବା ଅତିଥି ଅଭିଭାଷଣ କରିବା ପରେ ଆଦିବାସୀ ପୁରୁଣା ନୃତ୍ୟ କରିବାସହ କିଛି କୁନି କୁନି ପିଲାଙ୍କ ମଧ୍ୟ୍ୟ ନୃତ୍ୟ ପରିବେଷଣ କରିଥିଲେ । ମାନ୍ୟବର ଓ ବିଧାୟକ ଜିଲ୍ଲାରେ ସଂସ୍କୃତି ଓ କଳା ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସଭାପତି ମୁନା ଖାଁଙ୍କ ପାଖରେ କୁହାଯାଇଛି । ସେ ମଧ୍ୟ ପ୍ରତିଶୁଦ୍ଧି ଦେଇଛନ୍ତି ଏହା ନିଶ୍ଚିତ ରୂପେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଉପସ୍ଥାପନା କରିବେ ।

















