ବ୍ରହ୍ମପୁର ୧୦।୨( ସାହେବ ନାୟକ) : ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଯକର ଗ୍ରାମର ମଞ୍ଜୁ ଦାସ , ସେହି ଗ୍ରାମର ଭଗବାନ ଦାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ ।୨୦୦୨ ମସିହାରେ ତାଙ୍କ ସ୍ୱାମୀ ଭଗବାନଙ୍କ ମୁର୍ତ୍ୟୁ ହେବା ପରେ ମଞ୍ଜୁକୁ ତାଙ୍କ ଘରୁ ବାହାର କରାଯାଇଥିଲେ । ମଞ୍ଜୁ ସମସ୍ତ ସରକାରୀ ସୁବିଧା ଓ ସୁଯୋଗରୁ ବଞ୍ଚିତ ହେବା ସହିତ , ରହିବା ପାଇଁ ଘର ଖଣ୍ଡେ ନ ଥିବା ଯୋଗୁଁ ସେ ତାଙ୍କ ଭଉଣୀଙ୍କ ଘରେ ଆଶ୍ରୟ ନେବା ପାଇଁ ବାଧ୍ୟ ହୋଇଥିଲେ । ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେବା ପରେ ଗଂଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଜୟ କୁମାର ଦାସ ଏକ ପତ୍ର ମାଧ୍ୟମରେ ଉପଜିଲ୍ଲାପାଳ ,ଛତ୍ରପୁର ଏବଂ ବି.ଡି.ଓ ,ପୋଲସରାଙ୍କ ବିଶେଷ ଦୃଷ୍ଟି ଆକର୍ଷଣ ପୂର୍ବକ , ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶ କ୍ରମ ମଞ୍ଜୁ ଦାସଙ୍କୁ ଭତ୍ତା ପ୍ରଦାନ କରାଯିବା ସହିତ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକା ଭୁକ୍ତ କରାଯାଇଥିବା କଥା ଉଲ୍ଲେଖ କରି , ସେହି ମର୍ମରେ ପୋଲସରା ବି.ଡି .ଓ ପ୍ରାଧିକରଣ ସଚିବଙ୍କୁ ଅବଗତ କରିଛନ୍ତି ।
















