କୁକୁଡାଖଣ୍ଡି,୧୦।୨(ଇ.ରଞ୍ଜନ ) : ରାଜ୍ୟ ସରକାରଙ୍କ ତରଫରୁ ସାପ କାମୁଡାରେ ଗତବର୍ଷ ମାର୍ଚ୍ଚମାସରେ ମୄତ୍ୟୁବରଣ କରିଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମାନସ ଦାସଙ୍କ ପରିବାର ବର୍ଗଙ୍କୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ପ୍ରତ୍ସାହନ ରାଶି ଆଜି ପ୍ରଦାନ କରିଛନ୍ତି । ଜିଲ୍ଲାପ୍ରଶାସନ ତରଫରୁ ସାପ କାମୁଡାରେ ମୄତ୍ୟୁ ବରଣ କରିଥିବା ପରିବାରର ମୁଖ୍ୟ ତାଙ୍କ ସ୍ୱାମୀ ଶଙ୍କର ଦାସଙ୍କୁ ତହସିଲଦାର ଗଦାଧର ପାତ୍ର ଚାରିଲକ୍ଷ ଟଙ୍କା ଚେକ ପ୍ରଦାନ କରିଥିଲେ l ଏଥିରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଓ କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚାନେୟାଙ୍କ ଉପସ୍ଥିତରେ ଚାରିଲକ୍ଷ ଟଙ୍କା ଚେକ ତାଙ୍କୁ ପ୍ରଦାନ କରାଯାଇଛି ।

















