Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ହିଲଟପ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ହିଲଟପ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

449
ADVERTISEMENT

ମୋହନା,୯/୨(ମୋହନ ଗୌଡ଼) : ଗଜପତି ଜିଲ୍ଲା ମୋହନା ହିଲଟପ ମହାବିଦ୍ୟାଳୟରେ ମହାସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ବକ୍ତା ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିଦେ୍ର୍ଧଶାଳୟ ଉପ ନିଦେ୍ର୍ଧଶକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉପ ସଚିବ ଡ.କୁଳମଣୀ ଓଝା ପ୍ରମ୍ମସ୍ୱକ୍ଷ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନିତା ରାଣୀ ବେହେରା ଯୋଗ ଦେଇ ଶିକ୍ଷା ହେଉଛି ମନୁଷ୍ୟର ମୌଳିକ ଅଧିକାର, ଶିକ୍ଷା ପାଇଲେ ମନୁଷ୍ୟ ଉନ୍ନତି ଶିଖରରେ ପହଂଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ଯୁକ୍ତ ୩ ଅଧ୍ୟଧ୍ୟ ଶୁଭ୍ରକାନ୍ତ ମହାନ୍ତି, ଯୁକ୍ତ ୨ ଅଧ୍ୟକ୍ଷ ସିମାଂଚଳ ସାହୁ ଉପସ୍ଥିତ ରହି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସୁଭାଦେଶ ଦେଇଥିଲେ । କଲେଜ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପକ ଭଗବାନ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହା କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ରାତୀ କୁମାରୀ ଶତପଥି/ ସ୍ୱର୍ଣ୍ଣପ୍ରଭା ସାହୁ, ଜଗନ୍ନାଥ ପଣ୍ଡା, ଡ.ଅର୍ନ୍ତର୍ଯ୍ୟାମୀ ଗୋଡ ପ୍ରମ୍ମୁଖ ସହଯୋଗ କରିଥିଲେ ।

Advertisement