କନ୍ଧମାଳ,୧୦/୨(ପ୍ରଶାନ୍ତ କୁମାର ପାତ୍ର): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ନୂଆପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମ ଠାରେ ସୁସମା ଦିଗାଳଙ୍କ ସଭାପତିତ୍ଵରେ ଗୋପୀନାଥ ଭାରତ ଗ୍ୟାସ ଗ୍ରାମୀଣ ବିତରକରଙ୍କ ନେତୃତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାରେ ଗ୍ରାମୀଣ ବିତରକର ଅଧକ୍ଷ ଗୋପୀନାଥ କହଁର ଗ୍ୟାସ ବ୍ୟବହାରରେ କିପରି ଜଙ୍ଗଲର ସୁରକ୍ଷା, ଚୁଲିରେ ରୋଷେଇ କରିବାଫଳରେ କିପରି ମହିଳାମାନଙ୍କର ବିଭିନ୍ନ ମାରାତ୍ମକ ରୋଗ, ପରିବେଶ ପ୍ରଦୂଷଣ, ଗୃହ ଅପରିଷ୍କାର ଆଦି ବିଷୟରେ ବୁଝାଇ ଥିଲେ । ସମ୍ପାଦକ ସନ୍ଧ୍ୟାରାଣୀ ଦିଗାଳ, ୱାର୍ଡ ମେମ୍ବର ପ୍ରଫୁଲ ସାହୁ, ସମାଜସେବୀ ସଞ୍ଜୟ କହଁର, ବିଶ୍ୱନାଥ କହଁର, ସରୋଜିନୀ କହଁର ଓ ବହୁ ମହିଳା ଏକ ସ୍ୱରରେ ଗ୍ୟାସ ବ୍ୟବହାର କରିବା ବୋଲି ଶପଥ ନେବା ସହ ଅନ୍ୟମାନଙ୍କୁ ବୁଝାଇଥିଲେ ।

















