ବ୍ରହ୍ମପୁର,୧୦/୨ (ହିମାଂଶୁ ପାଢୀ) : ଗୋପାଳପୁର ବେଳାଭୂମି ତଥା ଓଡିଶା ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ କୃଷି ସମବାୟ ସମିତିର ସମ୍ପାଦକମାନଙ୍କ ପାଇଁ “ତଥ୍ୟ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ସହ ପରିଚାଳନା” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କାର୍ତ୍ତିକେଶ୍ୱର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସିକା ସମବାୟ ବ୍ୟାଙ୍କ ଅଧିନସ୍ତ ସମସ୍ତ ସମିତିର ସମ୍ପାଦକମାନଙ୍କୁ ସମିତି କିପରି କୃଷକଙ୍କୁ ଋଣ ଯୋଗାଇବା ଓ ବିଭିନ୍ନ ପ୍ରକାର ବ୍ୟବସାୟିକ କାର୍ଯ୍ୟକ୍ରମ କରି ଅନ୍ୟ ରାଜ୍ୟ ଭଳି ସମିତି ଲାଭ ଜନକ ହୋଇ ପାରିବ ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିରେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସମ୍ପାଦକମାନଙ୍କୁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସନାତନ ସଂଗ୍ରାମ ସିଂ ଯୋଗ ତାଲିମ ଓ ଶିକ୍ଷା ସମସ୍ତଙ୍କୁ ନିତ୍ୟାନ୍ତ ଆବଶ୍ୟକ କହିଥିଲେ । ବିଶ୍ୱ ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ୫ଟି ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଶିବପ୍ରସାଦ ସ୍ୱାଇଁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ରକ୍ଷଣାବେକ୍ଷଣ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ସମିତି ସମୂହ ଅଧିନସ୍ତ ୮ଟି ବ୍ଳକର ୧୨୫ଟି ସମିତିର ସମ୍ପାଦକ ଯୋଗଦେଇଥିଲେ। ଆସିକା ଉପସହକାରୀ ସମବାୟ ନିର୍ଦ୍ଦେଶକ କେ.ବିଜୟ ଚନ୍ଦ୍ର ଦାସ, ଲଷ୍ମୀନାରାୟଣ ବେହେରା, ଉଦୟ ନାଥ ପ୍ରଧାନ, ଚନ୍ଦ୍ରଶେଖର ଚୌଧୁରୀ, ପୁରୁଷୋତ୍ତମ ପାଢ଼ୀ, ଆସିକା ସମବାୟ ବ୍ୟାଙ୍କର ଅତିରିକ୍ତ ସମ୍ପାଦକ ନୀଳାଞ୍ଚଳ ପଣ୍ଡା, ମେନେଜର ମହେଶ୍ୱର ବେହେରା ଓ ୮ଟି ବ୍ଲକର ଶାଖା ପରିଚାଳକମାନେ ଯୋଗ ଦେଇଥିଲେ। ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପିକା ମମତା ସାହୁ ଓ ଅଧ୍ୟାପକ ଡି. କୃଷ୍ନାନନ୍ଦ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

















