ଅଜଣା ଗାଡି ଧକାରେ ଜଣେ ବ୍ୟକ୍ତି ମୃତ

215
ADVERTISEMENT

ଫୁଲବାଣୀ ,୩୦/୬(ବୈଦ୍ୟନାଥ ନାୟକ) : ଖଜୁରିପଡା ବ୍ଲକ ର ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡରୁକୁମ୍ପା ଫାଣ୍ଡି ଅଧିନସ୍ଥ ୧୫୭ ଜାତୀୟ ରାଜପଥ ତାଡ଼ମେରୁ ରାସ୍ତାଠାରେ ଆଜି ସକାଳ ଭର ସମୟରେ ଛେଳି ଖୋଜିବାକୁ ଯାଇଥିବା ବେଳେ ଏକ ଅଜଣା ଗାଡି ଧକାରେ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ୍ୟୁ ବ୍ୟକ୍ତି ଙ୍କର ନାମ ଶଙ୍କର ବେହେରା ୬୨ ସୁଡ଼ରୁକୁମ୍ପା ଉପର ସାହି ବୋଲି ଜଣାପଡିଛି । ମୃତ୍ୟ ବ୍ୟକ୍ତି ଜଣକ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ପରିବାରକୁ କ୍ଷତିପୂରଣ ଓ ସରକାରୀ ସହାୟତା ଦାବୀ ନିମନ୍ତେ ପରିବାର ଲୋକ ଓ ଗ୍ରାମବାସୀ ବୌଦ୍ଧ ଫୁଲବାଣୀ ଜାତୀୟ ରାଜପଥ କୁ ଏକ ଘଣ୍ଟା କାଳ ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ଓ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ଘଣ୍ଟାକାଳ ଯାନବାହନ ଅଟକି ରହିଥିଲା । ସଦର ଥାନା ଆଇଆଇସି ରାଧାକାନ୍ତ ସାହୁ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିକରିଥିଲେ ।

Advertisement