Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ୧୧ କେ.ଭି ତାର ସଂଷ୍ପର୍ଶରେ ଚଳନ୍ତା ବସ୍‌: ୧୩ ମୃତ ୨୫ ଆହତ

୧୧ କେ.ଭି ତାର ସଂଷ୍ପର୍ଶରେ ଚଳନ୍ତା ବସ୍‌: ୧୩ ମୃତ ୨୫ ଆହତ

600
ADVERTISEMENT

ବ୍ରହ୍ମପୁର,୯/୨(ହିମାଂଶୁ ପାଢୀ / ଟି .ରଂଜନ / ଭୁବଶ୍ଵେର(ବ୍ୟୁର):୧୧ କେଭି ତାର ବରଯାତ୍ରୀ ବସରେ ଲାଗିଯିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହେଇଥିବାବେଳେ ୨୫ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଦ୍ଧାର କ।ର୍ଯ୍ୟ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ତୁଳୁ ନିକଟରେ ଏକ ଯାତ୍ରୀବାହୀ ବସ୍ ରେ ନିଆଁ ଲାଗିଯାଇଛି । ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ବସ୍ ରେ ନିଆଁ ଲାଗି ଯାଇଥିଲା ଫଳରେ ବସ୍ ରେ ଥିବା ପ୍ରାୟ ୪୦ ଜଣରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛନ୍ତି। ତେବେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏବେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ପୁଲିସ୍ ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତ ମାନଙ୍କୁ ମାଗଣା ଚିକିତ୍ସା ସୁବିଧା ନିର୍ଦ୍ଧେଶ ଦେଇଛନ୍ତି । ପରିବହନ ମନ୍ତ୍ର ପଦ୍ମନାଭ ବେହେରା ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଧେଶ ଦେଇଛନ୍ତି । ଘଟଣାସ୍ଥଳରେ ଗୋପାଳପୁର ବିଧାୟକ ପ୍ରଦୀବ କୁମାର ପାଣିଗ୍ରାହୀଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖି ଘଟଣାପାଇଁ ଦାୟୀ କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ୍ପିଙ୍କ ସମେତ ପୋଲିସ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି । ଘଟଣା ପାଇଁ ଜାତୀୟ ରାଜପଥ ଏବଂ ସାଉଥ୍‌କୋ ଦାୟୀ କରିଥିବାବେଳେ ସାଉଥ୍‌କୋ ଏକ ଉଚ୍ଚ ସ୍ତରୀୟ ଦଳ ଘଟଣା ସ୍ଥଳରେ ରହିଛନ୍ତି । ୧୩ଜଣ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କର୍ତ୍ତୃପକ୍ଷ ପଠାଇବା ସହ ୨୫ଜଣ ଆହତ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ର ପ୍ରତାପ ସଡଙ୍ଗୀ, ଧମେନ୍ଦ୍ର ପ୍ରଧାନ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଟ୍ଯୂଟିରେ ସମବେଦନା ଜଣାଇଛନ୍ତି ।

Advertisement