Friday, October 23, 2026
ADVERTISEMENT
Home ଆଞ୍ଚଳିକ ଶିଶୁ ମିତ୍ର ଅଦାଲତ ଉଦଘାଟନ

ଶିଶୁ ମିତ୍ର ଅଦାଲତ ଉଦଘାଟନ

349
ADVERTISEMENT


ଗଜପତି ୩୦/୬(ଡ଼ିଏଚବି) – ଶନିବାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ ଅଦାଲତ ପରିସରରେ ଶିଶୁ ମିତ୍ର ଅଦାଲତ ଉଦଘାଟନ ହୋଇଯାଇଛି। ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଅନୁପମ ସାହା, ଏସପି ସାରା ଶର୍ମା, ସିଡିଏମଓ ଗୁନୁରାଣୀ ପଟ୍ଟନାୟକ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମାମଲାରେ ଜଡ଼ିତ ହୋଇ ଅନେକ ଶିଶୁ ଅଦାଲତକୁ ଆସିଥାନ୍ତି। ତେବେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେହିପରି ନିଯାତନର ଶିକାର ହୋଇଥିବା ଶିଶୁ କନ୍ୟାମାନେ ବିଚାରପତିଙ୍କ ପ୍ରକୋଷ୍ଠ କିମ୍ବା ଅଦାଲତରେ ହାଜର ହୋଇ ନିଜର ବୟାନ ଦେଇଥାନ୍ତି। ସେପରି କୌଣସି କାରଣରୁ ମାମଲାରେ ଛନ୍ଦି ହୋଇ ଶିଶୁ ସୁଧାର ଗୃହରେ ରହୁଥିବା ଅଭିଯୁକ୍ତମାନେ ସେମାନଙ୍କ ମାମଲା ଥିବା ସମୟରେ ପାରଳାଖେମୁଣ୍ଡି ଆସିବାକୁ ପଡିଥ…

Advertisement