Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳକୁ ଗଡିବ ଟ୍ରେନ !

କନ୍ଧମାଳକୁ ଗଡିବ ଟ୍ରେନ !

କେ.ପି.ଏଫ ଦ୍ୱାରା ହୋଇଥିବା ଲଢ଼େଇର ଆଶା ଓ ସ୍ବପ୍ନ ସଫଳତା ହୋଇଛି

1003
ADVERTISEMENT

କନ୍ଧମାଳ, ୮ା୨,(ସୁରେଶ ପଣ୍ଡା ) : କନ୍ଧମାଳ ଚଳିତ ବର୍ଷ ରେଳ ବଜେଟରେ ଗୋପାଳପୁର ଠାରୁ ସମ୍ବଲପୁର ଭାୟା କନ୍ଧମାଳ ନୂତନ ରେଳ ପଥ ସଂଯୋଗ ବଜେଟରେ ସ୍ଥାନ ପାଇଥିବାରୁ ଗତକାଲି ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ଜିଲ୍ଲା ସଭାପତି ଦେବ ନାରାୟଣ ପ୍ରଧାନ, ବରିଷ୍ଠ ବିଜେପି ନେତା କମଳା ପାଣ୍ଡେ ଉପସ୍ଥିତ ରହି ପ୍ରଥମେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ, କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ କନ୍ଧମାଳ ପିପୁଲସ ଫୋରମର ସଭାପତି ଶ୍ରୀ ରାଧାମୋହନ ମହାପାତ୍ରଙ୍କୁ ମଧ୍ୟ୍ୟ ଧନ୍ୟବାଦ ଦେଇଛନ୍ତି ଯେହେତୁ ସେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଦାବି କରି ଆସିଥିଲେ ଏହା ଆଜି କନ୍ଧମାଳ ବାସୀଙ୍କ ଗର୍ବର ବିଷୟ ପାଲଟିଛି ।

Advertisement