ଚିକିଟି, ୮ା୨,(ଋଷିକେଶ ବେହେରା): ଚିକିଟି ସ୍ଥିତ ସୋନାପୁର ସମୁଦ୍ର ବେଳାଭୂମି ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଚିକିଟି ବିଧାୟୀକା ଶ୍ରୀମତୀ ଉସାଦେବୀ ଯୋଗଦେଇ ଉକ୍ତ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଖାଉଟି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଗୋବିନ୍ଦ ବେହେରା, ଯୋସଦା ବେହେରା, ମଞ୍ଜୁଳା ବେହେରା ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହି ମହୋତ୍ସବ ଦୀର୍ଘ ୩ଦିନ ଧରି ଅନୁଷ୍ଠିତ ହୋବ ବୋଲି ଆୟୋଜକଙ୍କ ଠାରୁ ଜଣାପଡିଛି ।



















