ବ୍ରହ୍ମପୁର, ୮ା୨,(ଡି.ଏଚ) :ବ୍ରହ୍ମପୁର ପ୍ରେମ ନଗର ସ୍ଥିତ ଲିଙ୍ଗରାଜ ସିନେମା ହଲ୍ ଛକରେ ଅସହାୟ ଅବସ୍ଥାରେ ଦୀର୍ଘ ସମୟ ଧରି ପଡି ରହିଥିଲା ।ଉକ୍ତ ବାଛୁରୀଟିର ଖବର ସୋସିଆଲ ମିଡ଼ିଆ ମାଧ୍ୟମରେ ଖବର ପ୍ରକାଶ ପାଇବା ମାତ୍ରେ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ କିଛି ସ୍ବେଚ୍ଛାସେବୀଙ୍କ ସହ ଘଟଣା ସ୍ଥଳେ ପହଞ୍ଚି ବର୍ଷା ହେଉଥିବାରୁ ବାଛୁରୀଟିକୁ ସଂଗେ ସଂଗେ ଏକ ଦୋକାନ ସମ୍ମୁଖକୁ ସ୍ଥାନାନ୍ତରିତ କରାଯିବା ସହ ଚିକିତ୍ସା କରାଯାଇଥିଲା । ଗତକାଲି ବାଛୁରୀଟିର ୫୦% ଠିକ୍ ଥିବା ବେଳେ ୫୦% ଭଗବାନ ଭରସାରେ ଥିଲା। ଆଜି ମଧ୍ୟାହ୍ନ ସମୟରେ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ , ସ୍ବେଚ୍ଛାସେବୀ ମୁନା କୁମାର ସାହୁ ବାଛୁରୀଟିର ସ୍ବାସ୍ଥ୍ୟ ଅବସ୍ଥା କିପରି ଅଛି ଦେଖିବାକୁ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ମୁସଲିମ ଭାଇ ବାଛୁରୀଟିର ସେବା କରିବା ସହ ଖୁଆଇବାର ଦୃଶ୍ୟ କେମେରାରେ କାୟଦ୍ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି …।

















