ପୁରୁଷୋତ୍ତମପୁର, ୮ା୨,(ସୁଦାମ ମହାରଣା ) :ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀ ମନ୍ଦିର ର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁରାଜ୍ୟସରକାର୨୩କୋଟି ଅନୁମୋଦନ କରିଛନ୍ତି ।ଏହି ଅବସରରେ ତାରାତାରିଣୀ ମନ୍ଦିର ସେବାୟତ ସଙ୍ଘର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ସଙ୍ଘର ସଭାପତି ତପନରଣା,ବାପୁଜୀରଣା,ଜଗନ୍ନାଥ ରଣା, ସୂର୍ଯ୍ୟ ରଣା ରାମଚନ୍ଦ୍ର ରଣା, ଧ୍ରୁବ ରଣା ସମେତ ରାଇପୁର ସମିତି ସଭ୍ୟ ଭବାନୀ ଶଙ୍କର ପଣ୍ଡା ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଗତମାସ ୩୧ତାରିଖରେ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ ଅଚାନକ ତାରାତାରିଣୀ ମନ୍ଦିର ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ ।
ମନ୍ଦିରର ବିକାଶ ପାଇଁ ସିଂହଦ୍ବାରା ର ନିର୍ମାଣ, ଯଜ୍ଞ ମଣ୍ଡପ, ଦୀପଦାନ ,ପାନୀୟ ଜଳ ଓ ୯୯୯ ପାହାଚର ଉନ୍ନତି କରଣ ଓ ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପାଇଁ ଆଲୋଚନା କରିଥିଲେ ।

















