Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗଜପତି ଜିଲ୍ଲା ଗ୍ରସ୍ତ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ଗଜପତି ଜିଲ୍ଲା ଗ୍ରସ୍ତ

570
ADVERTISEMENT

ପାରଳାଖେମୁଣ୍ଡି,୭/୨(ପ୍ରଭାତ କୁମାର ପାତ୍ର ) : ଓଡ଼ିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟି ଆଜି ଗଜପତି ଜିଲ୍ଲା ଗ୍ରସ୍ତ କରିଛନ୍ତି। କମିଟିର ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ ଓ ବିଧାୟକ ଶଙ୍କର ଓରାମଙ୍କ ସହ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ସ୍ତରୀୟ ପଦଧିକାରି ମାନେ ଜିଲ୍ଲାରେ ଥିବା ଆଦର୍ଶ ବିଦ୍ୟାଳୟ,ପ୍ରାଇମେରୀ ବିଦ୍ୟାଳୟ, କଲେଜ ଆଦିକୁ ଯାଇ ସେଠାକାର ଭିତ୍ତିଭୂମି ପରଖିବା ସହ ଶିକ୍ଷାଦାନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ପରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକ ଯୋଗଦେଇ ଗଜପତି ଜିଲ୍ଲାରେ ଶିକ୍ଷାର ଉନ୍ନତି ଉପରେ ଗୁରୁତ୍ୱରୋପ କରିଥିଲେ। ବିଶେଷ କରି ଆଦର୍ଶ ବିଦ୍ୟାଳୟ ବିଭିନ୍ନ ଉନ୍ନତି ସହ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସରକାରୀ ପ୍ରାଇମେରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆବଶ୍ୟକୀୟ ଉନ୍ନତି ଓ ଶିକ୍ଷା ଦାନ ବ୍ୟବସ୍ଥାକୁ ଦୁଇଗୁଣ କରିବାକୁ ଉତ୍ତମ ପରୀକ୍ଷା ଫଳ ଆଣିବାକୁ ପଡିବ ବୋଲି କହିଥିଲେ। ଗଜପତି ଜିଲ୍ଲାରେ ଥିବା ସମସ୍ତ ଛାତ୍ରବାସ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ତୁରନ୍ତ ସମାଧାନ କରି ଆବଶ୍ୟକୀୟ ଉନ୍ନତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଶିକ୍ଷା ବିଭାଗ ସଚିବ ଡଃ. ଅରୁଣ କୁମାର ତ୍ରିପାଠୀ, ପାରଳା ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା ପ୍ରମୁଖ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ଅଧ୍ୟାପକ ଯୋଗଦେଇଥିଲେ। ଶେଷରେ ଗୃହ କମିଟି ସଦସ୍ୟ ମାନେ ପୂରାତନ କଲେଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନକୁ ଯାଇଥିଲେ।

Advertisement