କୋଦଳା ,୭/୨(ସୂର୍ଯ୍ୟନାରାୟଣ ବଡୁ ) : ବୁଧବାର ବେଗୁନିଆପଡ଼ା ନୋଡ଼ାଲ ହାଇ ସ୍କୁଲରେ ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ କେ.ଭୀମରାଜୁ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷl ପ୍ରତିନିଧି ବିଜୟ କୁମାର ଦୋରା,ବିଇଓ କମଳକାନ୍ତ ସାହୁ, ବରିଷ୍ଠ ଶିକ୍ଷକ ପଙ୍କଜ ବେହେରା,ସମିତି ସଭ୍ୟ ନାରାୟଣ ବେହେରା, ସମାଜସେବୀ ମହେଶ୍ଵର ବରାଡ଼, ପ୍ରକୃତି ବନ୍ଧୁ ଭବ।ନି ପ୍ରସାଦ ଆଚାର୍ଯ୍ୟ, ବିଦ୍ୟାଳୟ ସଭାପତି ଲକ୍ଷ୍ମୀ ଚରଣ ଶତପଥୀ ଯୋଗଦେଇ ଏହି ବିଦ୍ୟାଳୟ ବ୍ଲକର ଅତି ପୁରାତନ । ଏଠାରୁ ବହୁ ଉତ୍ତମ ମନୁଷ୍ୟ ତିଆରି କରାଯାଇଛି l ତେବେ କାହାରି ହେଲେ ବିଦ୍ୟାଳୟ ପ୍ରତି ଆନ୍ତରିକତା ରହୁନାହିଁ ଯଦି ପ୍ରତ୍ୟେକ ପୁରାତନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପ୍ରତି ଟିକିଏ ମାତ୍ର ଦୃଷ୍ଟି ରହିଥାନ୍ତା ତେବେ ବିଦ୍ୟାଳୟର ଉନ୍ନତି ହେବା ସହ ଆମ ଛାତ୍ରଛାତ୍ରୀ ମାନେ ଆହୁରି ବଡ ମଣିଷ ହୋଇପାରନ୍ତେ ବୋଲି ଅତିଥି ମାନେ କହିଥିଲେ l ଏହା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରlଯାଇଥିଲା l ଅନ୍ୟାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l

















