Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଜଗଦଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

539
ADVERTISEMENT

କୁକୁଡ଼ାଖଣ୍ଡି,୬।୨(ଇ.ରଞ୍ଜନ) :ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତୃପ୍ତି ଚୌଧୁରୀଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ବିଦ୍ୟାଳୟ ସି.ଆର.ସିସି ପିଣ୍ଟୁ ପାଣିଗ୍ରାହୀ, ସମ୍ମାନିତ ଅତିଥି ସରପଞ୍ଚ ହାଡୁବନ୍ଧୁ ବେହେରା,ବକ୍ତାଭାବେ ଦୁଃଖୀଶ୍ୟାମ ପାତ୍ର,ପଞ୍ଚାୟତ ସ୍ତରୀୟ ଶିକ୍ଷାକମିଟି ସଭାପତି କେ.ତ୍ରିପତିଦାଶ,ସ୍କୁଲ କମିଟି ସଭାପତି ହରି ଡାକୁଆ,ସଦସ୍ୟ ବାବୁଲାଡାକୁଆ,ବିଗତ ଦିନରେ ଅଧ୍ୟୟନ ରତ ପ୍ରଧାନ ଶିକ୍ଷୟତ୍ରୀ ଲଳିତା ରଥ ପ୍ରମୁଖ ମଞ୍ଚାସିନ ଥିବାବେଳେ ମଞ୍ଚରେ ଶିକ୍ଷୟତ୍ରୀ ଶୁଭଶ୍ରୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଉତ୍ସବ ମଞ୍ଚରେ ଉପସ୍ଥିତ ମଞ୍ଚାସିନ ବ୍ୟକ୍ତି ମାନେ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନରେ କୌଣସି ସ୍ଥାନରେ କିଛି ତୃଟି ଥିବା ସହିତ ବିଦ୍ୟାଳୟରେ ରାଜନୀତିକରଣ ଫସିରହିଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ଚାଲିଥିବା ମୁଖ୍ୟବକ୍ତା ଦୁଃଖୀଶ୍ୟାମ ପାତ୍ର ପ୍ରକାଶ କରିଛନ୍ତି । ଯାହା ଫଳରେ ଅଭିଭାବକ ମାନେ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ନାପସନ୍ଦ ଯୋଗୁଁ ଏଥିରେ ଘୋରଇ ଶିକ୍ଷା ଅନୁଷ୍ଠାନ ମାନଙ୍କ କର୍ମଚାରୀଙ୍କ କର୍ଣ୍ଣମନ୍ତ୍ର ପ୍ରଲୋଭନରେ ଅଭିଭାବକଙ୍କୁ ଆକର୍ଷଣ ଦ୍ୱାରା ଛାତ୍ରଛାତ୍ରୀ ଆକର୍ଷିତ ହେଉଛନ୍ତି, ଯାହାଫଳରେ ପିଲା ଘୋରଇ ଶିକ୍ଷାନୁଷ୍ଠାନ ଆଡକୁ ମନବଳାଉଥିବା ଦ୍ୱାରା ସରକାରୀ ବିଦ୍ୟାଳୟ ମାନଙ୍କରେ ପିଲାଙ୍କ ଉପସ୍ଥାପନାରେ କମୁଥିବାନେଇ ନେଇ କ୍ଷଭପ୍ରକାଶ କରିଥିଲେ l ଏଥି ବ୍ୟତୀତ ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷାନିମନ୍ତେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାପ୍ରତି ଅଗ୍ରାଧିକାର ଥିଲେ ମଧ୍ୟ ଅଭିଭାବକ ମାନଙ୍କ ଠାରୁ ଅପହଞ୍ଚ ଦୂରରେ ରହିବା ଫଳରେ ନିଜନିଜ ପିଲାଙ୍କୁ ଅନ୍ୟତ୍ର ଶିକ୍ଷାଦାନ କରିବା ଦ୍ୱାରା ସରକାରୀ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାପନା କମୁଥିବା ନେଇ ଆଲୋଚନା କରିଥିଲେ । ତେଣୁ ସରକାରୀ ସମସ୍ତ ଯୋଜନା ସଚେତନ କଲେ ପିଲା ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବା ବିଶେଷ ସମ୍ବାବନା ରହିଛି ବୋଲି ପଞ୍ଚାୟତ ସ୍ତରଶିକ୍ଷା କମିଟି ସଭାପତି ତ୍ରିପତି ଦାଶ ମତପ୍ରକାଶ କରିଥିଲେ l ଏହି ସଭାରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Advertisement