Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜେଇ ଜବତ, ଦୁଇ ଗିରଫ

ଗଞ୍ଜେଇ ଜବତ, ଦୁଇ ଗିରଫ

524
ADVERTISEMENT

ସାନଖେମୁଣ୍ଡି,୬।୨(ସପନ ଦାସ): ପାଟପୁର ପୋଲିସ ଦ୍ୱାରା ଗଞ୍ଜେଇ ଜବତ ହୋଇଛି । ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ଏକ ଟିମ ଗଞ୍ଜେଇ ଜବତ କରିବାରେ ସାଫଲ୍ୟ ହାସଲ କରୁଛନ୍ତି। ସୁମନ୍ତପୁର ନିକଟ ମୁଖ୍ୟରାସ୍ତାରେ ସ୍କୁଟି(ନଂ-ଓଡି-୦୭ ଡବ୍ଲୁ୭୯୭୭) ଗାଡ଼ିରେ ଯାଉଥିବା ବେଳେ ଅଟକାଇ ଯାଞ୍ଚ କରିବା ସମୟରେ ଏକ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଭାତୀ ମହାରଣାଙ୍କ ଉପସ୍ଥିତିରେ ୨୨କେଜି ଗଞ୍ଜେଇ ଜବତ କରାଯାଇଥିଲା। ଧରାପଡିଥିବା ଦୁଇ ଅଭିଯୁକ୍ତ ହେଲେ ସିଙ୍ଗିପୁର କାଳୁପାତ୍ର ସାହିର ମଙ୍ଗଳା ଚରଣ ସାହୁ ଓ ଡେଙ୍ଗାଓସ୍ତା ଖଜୁରୀପଦା ସାହିର ଶିବରାମ ସାହୁ। ଏନେଇ ୨୪/୨୦ ମକଦ୍ଦମା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Advertisement