Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଉନ୍ନୟନ ପ୍ରକଳ୍ପ ତଦାରଖ କଲେ ଜିଲ୍ଲାପାଳ

ଉନ୍ନୟନ ପ୍ରକଳ୍ପ ତଦାରଖ କଲେ ଜିଲ୍ଲାପାଳ

398
ADVERTISEMENT

ହିଞ୍ଜିଳିକାଟୁ, ୨୯/୬(ଶେଷଦେବ ସାହୁ): ହିଞ୍ଜିଳିକାଟୁର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକୁ ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ତଦାରଖ କରିଛନ୍ତି । ପୂର୍ବାହ୍ନରେ ଜିଲ୍ଲାପାଳ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ଇନଡେ଼ାର ଷ୍ଟାଡ଼ିୟମ ଦେଖିଥିଲେ । ପରେ ସେ ଆରଏମସି ପରିସରରେ ନିର୍ମାଣାଧୀନ ଶୀତଳ ଭଣ୍ଡାର, ଇ-ନାମ ମାର୍କେଟ ଗୃହ, ପାର୍କ, ହିଂଜିଳି ବଡ଼ବନ୍ଧର ସୋନ୍ଦର୍ଯ୍ୟ କରଣ କାମ ବୁଲି ଦେଖିଥିଲେ । କାର୍ଯ୍ୟଗୁଡ଼ିକ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ବି ଦେଇଥିଲେ । ସମୟ ଅନୁସାରେ ଯେଉଁ ଠିକା କମ୍ପାନୀ, କାମ ସାରି ପାରୁନାହାନ୍ତି ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଥିଲେ । ସ୍କୁଲ ପିଲାଙ୍କ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ସହ ପଞ୍ଚାୟତ ଗୁଡ଼ିକରେ ବର୍ଷାଋତୁରେ ଅଧିକ ଗଛ ଚାରା ଲଗାଇବା କରିବା ପାଇଁ କହିଥିଲେ ।

ହିଞ୍ଜିଳିକାଟୁରେ ପ୍ରସ୍ତାବିତ ମାକେର୍ଟ ଗୃହର କିପରି ତ୍ୱରାନ୍ୱିତ ଭାବେ କାର୍ଯ୍ୟ ଆରମ୍ଭ ହେବ ସେଥିପ୍ରତି ଆଲୋଚନା କରିଥିଲେ । ତେବେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଉକ୍ତ ଅଞ୍ଚଳର ବ୍ୟବସାୟୀଙ୍କୁ କିପରି ସ୍ଥାନାନ୍ତର କରାଯିବ ତାହା ପ୍ରଶାସନ ପାଇଁ ଏବେ ମୁଖ୍ୟ ସମସ୍ୟା ହୋଇଛି । ଉକ୍ତ ଅଞ୍ଚଳର ବ୍ୟବସାୟୀଙ୍କ ସହ ସ୍ଥାନାନ୍ତର ପାଇଁ ଆଲୋଚନା କରିବାକୁ ଜିଲ୍ଲାପାଳ ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ପୂର୍ତ୍ତ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢ଼ୀ, ପୌରଯନ୍ତ୍ରୀ ମାନସ ରଂଜନ ଦାଶ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।

Advertisement