କୁକୁଡାଖଣ୍ଡି,୪।୨(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଳକ୍ ର ହୁଗୁଳାପଟା ପଂଚାୟତରେ କୌଣସି ଉନ୍ନୟନ କାର୍ଯ୍ୟ ପ୍ରତି ସରପଞ୍ଚ ପ୍ରଦୀପ୍ତ ମାଲନା ଦୃଷ୍ଟି ଦେଇ ନ ଥିବା ଅଭିଯୋଗ କରି ପଂଚାୟତର ୧୦ ଜଣ ୱାର୍ଡ ମେମ୍ବର ତାଙ୍କ ବିରୋଧରେ ୧୦ନମ୍ବର ଜିଲ୍ଲା ପରିଷଦକୁ ଅଭିଯୋଗ କରିବା ସହ ପୂର୍ବରୁ ଭୈରବୀ ମନ୍ଦିର ଠାରେ ଏକ ବୈଠକରେ ଅନାସ୍ଥା ପ୍ରସ୍ଥାବ ଆଗତ କରି ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ୱାର୍ଡ ମେମ୍ବର ମାନେ ଏକ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ ପଂଚାୟତରେ ଉନ୍ନୟନ କାର୍ଯ୍ୟ ସବୁ ଠିକ ଠାକ ଚାଲିଥିବା ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ ଦୁନିଆ ହାଲଚାଲର ପ୍ରତିନିଧିକୁ କହିଛନ୍ତି ।



















