ବ୍ରହ୍ମପୁର,୪।୨(ହିମାଂଶୁ ପାଢୀ) :ଦୁଇ ହାତରେ ୧୨ ଓ ଦୁଇ ଗୋଡ଼ରେ ୧୯ ଆଙ୍ଗୁଳି ମୋଟ ୩୧ ଆଙ୍ଗୁଳି ଧାରୀ ଗଂଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ କଲମ୍ବ ପଞ୍ଚାୟତ କାଦପଡା ଗ୍ରାମ ହରିଜନ ସାହିର ମୂଳ ବାସିନ୍ଦା କୁମାରୀ ନାୟକ ୭୫ ବର୍ଷ ଏବେ ବିଶ୍ୱ ଦରବାରରେ ଚର୍ଚ୍ଚିତ ହୋଇଛନ୍ତି ବିରଳ ମହିଳା ସର୍ବାଧିକ ଆଙ୍ଗୁଳି ପାଇଁ ସେ ଗିନିଜ ବିଶ୍ୱ ରେକର୍ଡ ରେ ସ୍ଥାନ ପାଇବାକୁ ଯାଉଛନ୍ତି।
ପୂର୍ବରୁ ଏହି ରେକର୍ଡ ଗୁଜୁରାଟ ର ଦେବନ୍ଦ୍ର ସୁଥାର ଙ୍କ ନାମରେ ଅତୁଡ଼ ରହିଥିଲା।ନିଜର ଗୋଡ଼ ଓ ହାତରେ ମୋଟ ୨୮ଟି ଆଙ୍ଗୁଳି ପାଇଁ ସେ ଗିନିଜ ବୁକ ଅଫ ରେକର୍ଡରେ ୨୦୧୪ ମସିହାରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କୁମାରୀ ନାୟକ ନୂତନ ରେକର୍ଡ କରିବାକୁ ଯାଉଛନ୍ତି। ଯାହା ଫଳରେ ପୋଲସରା ବିଧାୟକଙ୍କ ସୂଚନା ଅନୁଯାୟୀ ବୁଗୁଡା ଶିଶୁ ବିକାଶ ବିଭାଗର ହସ୍ତକ୍ଷେପ ପରେ କୁମାରୀ ବର୍ତ୍ତମାନ ପୋଲସରା ବ୍ଳକ ହାତୀଓଟ ସ୍ଥିତ ଜାରାଶ୍ରମରେ ରହୁଛନ୍ତି। ସ୍ଥାନୀୟ ବାସିନ୍ଦା କହିବା ଅନୁଯାୟୀ କୁମାରୀ ନାୟକ ଜଣେ ମୁକ ,ବଧିର, ଏବଂ ଅଭିବାହିତ ଅଟନ୍ତି। ବର୍ତ୍ତମାନ ସେ ଜାରାଶ୍ରମରେ ଅତ୍ୟନ୍ତ ଖୁସିରେ ଜୀବନ ଯାପନ ଅତିବାହିତ କରୁଥିବା ଦେଖିବାକୁ ମିଳୁଥିଲା।

















