Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ନୂତନ ସି.ଆର.ସି.ସିଙ୍କୁ ସ୍ୱାଗତ କରିବା ସହ, ପୁରାତନ ସି.ଆର.ସି.ସି ବିଦାୟ କାଳିନ ସମ୍ବର୍ଦ୍ଧନା

ନୂତନ ସି.ଆର.ସି.ସିଙ୍କୁ ସ୍ୱାଗତ କରିବା ସହ, ପୁରାତନ ସି.ଆର.ସି.ସି ବିଦାୟ କାଳିନ ସମ୍ବର୍ଦ୍ଧନା

300
ADVERTISEMENT

ସାନଖେମୁଣ୍ଡି,୩।୨(ସପନ ଦାସ) : ଗଂଜାମ ଜିଲ୍ଲା ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାର T. ଗୋବିନ୍ଦପୁର ଶିକ୍ଷକ ମାନଙ୍କର ଏକ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଯୋଗଦାନ କରି ନୂତନ ଭାବେ ନିଯୁକ୍ତି ପାଇଥିବା ସିଆର.ସି.ସି ଶ୍ରୀ ସନାତନ ସେଠୀଙ୍କୁ ଫୁଲତୋଡା ଓ ଉପଢୌକନ ମାଧ୍ୟମରେ ସ୍ୱାଗତ କରିବା ସହ, ପୁରାତନ ସି.ଆର.ସି.ସି ଶ୍ରୀ ନାରାୟଣ ସାହୁଙ୍କୁ ବିଦାୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଶ୍ରୀ ସୀମାଦ୍ରୀ ଦୋରା ସଭାପତିତ୍ୱ କରିବା ସହ, ସାମନ୍ତରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣୀ ପାଣିଗ୍ରାହୀ, କତାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ଶ୍ରୀମତୀ କୌଶଲ୍ୟା ଦିଦି ଆଦି ବରିଷ୍ଠ ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମରେ ପୁର୍ଣ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ସେଠି, ଶ୍ରୀ ଅଶୋକ କୁମାର ରଇତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ ମୁଖ୍ୟ ଭୂମିକା ନେଇଥିଲେ। ଶିକ୍ଷକ ଶ୍ରୀ ସତ୍ୟନାରାୟଣ ଦାସ ଉପଦେଷ୍ଟା ଥିଲେ।

Advertisement