ବ୍ରହ୍ମପୁର/ପୋଲସରା ,୩/୨(ହିମାଂଶୁ ପାଢୀ): ପୋଲସରା ସୁବୁଦ୍ଧି ସାହି କୋଠଘର ଠାରେ ମା’ ଦକ୍ଷିଣ କାଳୀ ଯୁବକ ସଂଘ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କ୍ୟାମ୍ପ ମେନେଜର ନଳିନୀ କାନ୍ତ ରାଉତ ଓ ଯୁବକ ସଙ୍ଘର ସମସ୍ତ ସଦସ୍ୟ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ୧୨୯ ଜଣଙ୍କ ନାମ ପଞ୍ଜିକରଣ କରାଯାଇଥିବା ବେଳେ, ଚକ୍ଷୁ ଚିକିତ୍ସା କରାଯାଇ ୧୯ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ପରେ ପରଳ ଚିକିତ୍ସା ପାଇଁ ସମରଝୋଳ ମେଡିକାଲକୁ ୫୯ ଜଣଙ୍କୁ ପଠାଯାଇଥିଲା। ଏହି ଶିବିରକୁ ସଂଗ୍ରାମ ସାହୁ, ଶେଖର ବେହେରା, ଯୁବ ସାମ୍ବାଦିକ ସୁବ୍ରତ ବେହେରା, ଅଭିନାଶ ସାସମଲ,ସୀମାଞ୍ଚଳ ସ୍ବାଇଁ, ପିଣ୍ଟୁ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।।

















