ବ୍ରହ୍ମପୁର, ୨/୨ (ଡି.ଏଚ) : ଗୋସେବା ହଁ ମାନବିକତାର ମହତ ସେବା । ବାରମ୍ବାର ଘଟୁଛି ଦୁର୍ଘଟଣା, ହେଲେ ବେଫିକର ହୋଇପଡିଛି ପ୍ରଶାସନ । ସହରର ସମସ୍ୟା ମଧ୍ୟରେ ରାସ୍ତାରେ ବୁଲୁଥିବା ବୁଲା ଗାଈ ଗୋରୁ ସମସ୍ୟା ସବୁଠାରୁ ଅଧିକ । ସହରରେ ଯୁଆଡ଼େ ଚାହିଁବ ଖାଲି ଗାଈ ହଁ ଗାଈ ତାହା ସହ ଷଣ୍ଢ । ଯାହା ଫଳରେ କେତେବଳେ ଗାଈ ତ ଆଉ କେତେବେଳେ ଅନ୍ୟ ପଶୁ ଦୁର୍ଘଟଣାର ଶିକାର ହେଉଛନ୍ତି । ଆଜି ଭୋରୁ ସକାଳୁ ଗୋଷଣିନୁଆଗାଁ ଉତ୍ତରେଶ୍ୱର୍ ମନ୍ଦିର ଛକ ନିକଟରେ ଥିବା ଏଚ.ଡିଏଫ.ସି ବ୍ୟାଙ୍କ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଗୋଟେ ଗାଈର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଏକ ଷଣ୍ଢ ଗୁରୁତର ଆହତ ହୋଇଥିଲା । ସ୍ଥାନୀୟ ଲୋକେ ଗୋରୁଗାଈଙ୍କ ସେବାରେ ନିୟୋଜିତ ଥିବା ସାମ୍ବାଦିକ ଲଲାଟେନ୍ଦୁଙ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଘଟଣା ସ୍ଥଳେ ପହଞ୍ଚି ସଂଗେ ସଂଗେ ପଶୁ ଚିକିତ୍ସାଳୟର ଡକ୍ଟରଙ୍କ ସହ ଯୋଗାଯୋଗ କରି ଘଟଣାସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ଷଣ୍ଢଟିର ଚିକିତ୍ସା କରିଥିଲେ । ଷଣ୍ଢଟି ଗୁରୁତର ଥିବାରୁ ଚିକିତ୍ସା ନିମନ୍ତେ ପଶୁ କାଯ୍ୟଳୟକୁ ଅମୁଲାନ୍ସ ଯଗେ ସ୍ଥାନାନ୍ତରିତ କରାଯାଇଥିଲା । ସ୍ବେଚ୍ଛାସେବୀ ଏବଂ ଡକ୍ଟର ସ୍ୱାଇଁଙ୍କ ଉତ୍ତମ ଚିକିତ୍ସା ପରେ ଷଣ୍ଢଟି ଉଠି ଚାଲ ବୁଲ କରୁଥିବା ଦେଖିବାକୁ ମେଳିଥିଲା । ଯାହାକୁ ନେଇ ସହରରେ ପ୍ରଶଂସାର ସୁଅ ଛୁଟିଛି …।


















